ଆଜିଠୁ ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ

ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୧ତମ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି କଳା, ସଂସ୍କୃତି, ସାହିତ୍ୟ, ପରମ୍ପରାର ବାର୍ତ୍ତାବହ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୧ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ-୨୦୨୩ ଶନିବାର ଆରମ୍ଭ ହେବାକୁ ଯାଉଛି । କଳାହାଣ୍ଡି ତଥା ଓଡ଼ିଶାର ଲୁପ୍ତପ୍ରାୟ ଲୋକଗୀତ, ଲୋକନୃତ୍ୟ, ଲୋକସଂସ୍କୃତିକୁ ଉଜ୍ଜୀବିତ କରିବା ସହ ଏହାର ପ୍ରଚାର ପ୍ରସାର ଏବଂ ଦେବଗିରିର ପ୍ରାଚୀନ ପରମ୍ପରା, ସାଂସ୍କୃତିକ ବିଭବ ଆଦିକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଏହି ମହୋତ୍ସବ ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦରଠାରେ ତିନିଦିନ ଧରି ମହାସମାରୋହରେ ପାଳନ କରାଯିବ । ଏଥିରେ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର, ନର୍ଲା ବିଧାୟକ ଭୁପିନ୍ଦର ସିଂ, ଜୁନାଗଡ଼ ବିଧାୟକ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ, ଓଡ଼ଶା  ସଂଗୀତ ନାଟକ ଏକାଡେ଼ମୀ ସଚିବ ପ୍ରବୋଧ ରଥ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମାଜସେବୀ ସାରଦା ପ୍ରଶନ୍ନ ସ୍ବାଇଁ (ବାବୁଲି), ରୋହିତ ଭୋଇ, ନାରୀନେତ୍ରୀ ପ୍ରମିଳା ପଧାନ, ଯୁବ ଲେଖକ ସୁଶିଲ କୁମାର ବାଗ, ରାୟଗଡ଼ାର ବିଶିଷ୍ଟ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଗଉଡ଼, ନୂଆପଡ଼ା ଜିଲ୍ଲା ପରିଷଦ ସଦସ୍ୟ ମୁରଲୀଧର ଭୋଇଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବିଶିଷ୍ଟ ସଂସ୍କୃତି ସଂଗଠକ ଜୟନ୍ତ ବେହେରାଙ୍କୁ ଦେବଗିରି ସମ୍ମାନ, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କରାଟେ ଖେଳାଳୀ କେଦାର କବାଟଙ୍କୁ ଦେବଗିରି ଯୁବ ସମ୍ମାନ, ବିଶିଷ୍ଟ ଲେଖିକା ଡ. ପଲ୍ଲୀଶ୍ରୀ ପଟ୍ଟନାୟକଙ୍କୁ ଦେବଗିରି ସାହିତ୍ୟ ସମ୍ମାନ, ବିଶିଷ୍ଟ ଶିକ୍ଷାବିତ୍ ଇଂ ଅଜୟ ପଣ୍ଡାଙ୍କୁ ଦେବଗିରି ଶିକ୍ଷା ସମ୍ମାନ, ଦଣ୍ଡପାଟ ଯୁବ ସେବା ସଂଗଠନକୁ ଦେବଗିରି ସମାଜସେବା ସମ୍ମାନ, ଯୁବ ସାମ୍ବାଦିକ ଜଗଦୀଶ ନାଏକଙ୍କୁ ଦେବଗିରି ସାମ୍ବାଦିକତା ସମ୍ମାନ, ଯୁବ ସାମ୍ବାଦିକ ନିଲେଶ କୁମାର ନାଗଙ୍କୁ ଦେବଗିରି ନାରଦ ସମ୍ମାନ, ଯୁବ ଚିତ୍ରଶିଳ୍ପୀ କ୍ଷୀରସିନ୍ଧୁ ଭୋଇଙ୍କୁ ଦେବଗିରି ଶିଳ୍ପୀ ସମ୍ମାନ, ବିଶିଷ୍ଟ ଶିକ୍ଷକନେତା ପ୍ରଫୁଲ୍ଲ କୁମାର ଠାକୁରଙ୍କୁ ଦେବଗିରି ସଂଗଠନ ସମ୍ମାନ, ଯୁବ ସୈନିକ ଉମେଶ ଗଉଡ଼ଙ୍କୁ ଦେବଗିରି ଦେଶସେବା ସମ୍ମାନ, ସଫଳ କୃଷକଇଂ ମନ୍ମଥ ସାହୁଙ୍କୁ ଦେବଗିରି କୃଷି ସମ୍ମାନ, ବରିଷ୍ଠ କଳା ଗବେଷକ ମେଦିନୀଧର ଜାନୀଙ୍କୁ ଦେବଗିରି କଳା ସମ୍ମାନ, ବିଶିଷ୍ଟ ଘୁମୁରା ଗୁରୁ ଭାରତ ଭୂଷଣ ଚଲାନଙ୍କୁ ଦେବଗିରି ଲୋକନୃତ୍ୟ ସମ୍ମାନ, ସାମ୍ବାଦିକ ବିକାଶ ଷଡ଼ଙ୍ଗୀ, ଉତ୍ତମ କୁମାର ଦାଶ, ଖଗେଶ୍ୱର କୁମାର, ନୀଳକଣ୍ଠ ବେହେରା ଓ ସନ୍ତୋଷ ତୁଳଙ୍କୁ ଦେବଗିରି ବାର୍ତ୍ତା ସମ୍ମାନ, ଶିକ୍ଷାବିତ ଜୟହରି ପୁଟେଲ, ବିଜୟ କୁମାର ଦାଶ ଓ କ୍ଷିତିଶ ଚନ୍ଦ୍ର ମାଝୀଙ୍କୁ ଦେବଗିରି ଗୁରୁ ସମ୍ମାନ ପ୍ରଦାନ କରାଯିବ । ଏଥିସହ ବରିଷ୍ଠ ସମାଜସେବୀ ମାନଗୋବିନ୍ଦ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ନରସିଂହ ବାରିକ, ବରିଷ୍ଠ କଳାକାର ରୋହିତ ବିଶ୍ୱାଳ, ଯୁବକବି ଯାଦବେନ୍ଦ୍ର ସାହା ଓ ଅର୍ଜୁନ ଗୋପାଳଙ୍କ ସମେତ ଦୂରଦର୍ଶନରେ ଦେବଗିରି ପରିବେଷିତ ଟେଲିଫିଲ୍ମ ‘ସେଁର୍‌ରା’ର କଳାକାରମାନଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ, ସାଧାରଣ ସଂପାଦକ ସୁନୀଲ ଧଙ୍ଗଡ଼ାମାଝୀ, ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡ଼ାମାଝୀ, କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ, ଯୁଗ୍ମ ସଂପାଦକ ସୁଧୀର ଧଙ୍ଗଡ଼ାମାଝୀ, ସାଂସ୍କୃତିକ ସଂପାଦକ ସଲିଲ ଧଙ୍ଗଡ଼ାମାଝୀ, କ୍ରୀଡ଼ା ସଂପାଦକ ଅନୀଲ ଧଙ୍ଗଡ଼ାମାଝୀ, ଉପସଭାପତି ନେତ୍ରାନନ୍ଦ ବାରିକ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.