କାଳୀ ପୂଜା ସାଂସ୍କୃତିକ କାର୍ଯ୍ୟକ୍ରମର ଶେଷ ସନ୍ଧ୍ୟାରେ ଉମାକାନ୍ତ ବାରିକଙ୍କ ମେଲୋଡ଼ି ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସୋନପୁର (ରାଜ କିଶୋର ତ୍ରିପାଠୀ) : ଗତକାଲି ରାତି ରେ ସାର୍ବଜନିନ କାଳୀପୂଜା ମୋହତ୍ସବ ୨୦୨୩ ଅବସରରେ ସୋନପୁର ମଝିପଡ଼ା ରାମଧୁନ୍ କ୍ଳବ୍ ପୂଜା ମଣ୍ଡପ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉମାକାନ୍ତ ବାରିକ ଏବଂ ସାଥୀ କଳାକାର ଙ୍କ ସମ୍ବଲପୁରୀ ଗୀତ ନାଚ ରେ ବିଳମ୍ବିତ ରାତି ଯାଏ ନାଚିଲେ ଝୁମିଲେ ହଜାର ଦର୍ଶକ l ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଯୁକ୍ତ ନିରଞ୍ଜନ ପୁଝାରୀ ଯୋଗ ଦେଇ ମେଲୋଡ଼ି କାର୍ଯ୍ୟକ୍ରମ କୁ ଶୁଭ ଉଦ୍ଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବରେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ପ୍ରାକ୍ତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ପ୍ରାକ୍ତନ ନଗର ପାଳ କଇରୁ ସ୍ୱାଇଁ, ପ୍ରକାଶ ସାହୁ, ପୌର ଉପାଧ୍ୟକ୍ଷା ମଲ୍ଲିକା ଦାନି, ବିଧାୟକ ପ୍ରତିନିଧି ଗୋପାଳ ବରାଇ, ବିଜେଡି ନଗର ସଭାପତି ଜନ୍ମଞ୍ଜୟ ପାତ୍ର, ସୋମନାଥ ସାହୁ, ଯୋଗ ଦେଇ କଳାକାର ଓ ଦର୍ଶକ ଆୟୋଜକ ଙ୍କୁ ଉତ୍ସାହିତ କରିଥଲେ l କାଳୀ ପୁଜା କମିଟି ଦ୍ୱାରା ମନ୍ତ୍ରୀ ଶ୍ରୀ ପୂଜାରୀ ଙ୍କୁ ମାନପତ୍ର, ପୁଷ୍ପ, ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରଯାଇଥିଲା l ସେହିପରି ସଙ୍ଗୀତ ନିର୍ଦ୍ଦେଶକ ବ୍ରହ୍ମା କୁମ୍ଭାର, କଣ୍ଠ ଶିଳ୍ପୀ ନୂର୍ ବେଗମ୍, ପଶ୍ଚିମ ଓଡ଼ିଶା ର ସୁନାମଧନ୍ୟ କଣ୍ଠ ଶିଳ୍ପୀ ଉମାକାନ୍ତ ବାରିକ, ଯୁବ ସଂଗଠକ ମନୋରଞ୍ଜନ ତ୍ରୀପାଠୀ ଙ୍କୁ ଓ ସ୍ୱଚ୍ଛ ଭାରତ ସଂଗଠନ କୁ ମନ୍ତ୍ରୀ ଓ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା l ମନୋରଞ୍ଜନ ତ୍ରିପାଠୀ ସଭା ସଂଯୋଜନା କରିଥିବା ବେଳେ ସତ୍ୟ ନାରାୟଣ ଦର୍ ୱାନ ଧନ୍ୟବାଦ ଅର୍ପଣ କରିଥିଲେ l ପୀୟୂଷ ପଣ୍ଡା ଓ ବିକାଶ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ଶ୍ରୀ ଜେ ବି ତ୍ରିପାଠୀ, ମାନସ ସେଠ୍, ଲଡୁ କିଶୋର ମଲ୍ଲିକ, ସୋମନାଥ ମିଶ୍ର, ଦୀପକ ତ୍ରିପାଠୀ, ଶେଷ ଦେବ ମେହେର, ହରି ସାହୁ, ଗୋପାଳ ମେହେର, କମଳା ସାହୁ, ସୁରଜ୍ ସାହୁ, ବୁବୁନ, ବିଶ୍ୱଜିତ୍, ଗୁରୁ ଦଳାଇ, ପ୍ରମୁଖ ସମସ୍ତ ସଦସ୍ୟ ସହ ଯୋଗ କରିଥିଲେ l ଆସନ୍ତା କାଲି ୨୭ ତାରିଖ ସୋମବାର ଦିନ ମା ଙ୍କ ଭସାଣୀ ଉତ୍ସବ ଓ ନଗର ପରିକ୍ରମା ପରେ ମା କାଳୀ ଙ୍କ ପ୍ରତିମୂର୍ତ୍ତି କୁ ମହାନଦୀ ରେ ବିସର୍ଜନ କରାଯିବ ବୋଲି ପୂଜା ର ମୁଖ୍ୟ ଆୟୋଜକ ତଥା ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ପୀୟୂଷ ପଣ୍ଡା ମିଡିଆ କୁ ସୂଚନା ଦେଇଛନ୍ତି l

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.