କଲମପୁର ଦ୍ରୋଣଚାର୍ଯ୍ୟ ଇଂରାଜୀ ବିଦ୍ୟାଳୟରେ ଷଷ୍ଠତମ ବିଜ୍ଞାନ ମେଳା

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନି): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ କଲମପୁର ଦ୍ରୋଣଚାର୍ଯ୍ୟ ଇଂରାଜୀ ବିଦ୍ୟାଳୟ ଠାରେ ବୁଧବାର ଦିନ ବିଜ୍ଞାନ ପ୍ରେମୀ କୁନିକୁନି ବୈଜ୍ଞାନିକ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଆଶିଷ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଳାର ଉଦଘାଟନୀ ଉତ୍ସବରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ ଖମାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ସି.ଆର.ସି.ସି ନବଘନ ସାହୁ ଯୋଗଦେଇଥିଲେ।ଏହି ଷଷ୍ଠ ତମ ବିଜ୍ଞାନ ମେଳାରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ମୋଟ ୭୦ ଗୋଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା l ତନ୍ମଧ୍ୟରୁ ୪ ଗୋଟି ବିଭାଗରୁ ୧୨ ଗୋଟି ପ୍ରକଳ୍ପ ଚୟନ କରାଯାଇ ୧୨ ଜଣ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ରୀ ସ୍ଵସ୍ତିପ୍ରଜ୍ଞା ପଣ୍ଡା ବିଜ୍ଞାନ ମେଳା ବିବରଣୀ ପଠନ କରିଥିଲେ। ମଞ୍ଚ ପରିଚାଳନା ଶିକ୍ଷକ ପ୍ରଶାନ୍ତ କଟା କରିଥିବା ବେଳେ ପ୍ରଧାନ ଶିକ୍ଷକ ଆଶିଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଜ୍ଞାନ ମେଳା ପରିଚାଳନା ରେ ରୁପଶ୍ରୀ ଦେବୀ, ସୁନମ୍ ବାନୋ, କ୍ରୀଷ୍ଣା ସିଂ, ରୀତା ବାଗ,ସମିତା ବଗର୍ତ୍ତୀ, ଶେଫାଳୀ ପଣ୍ଡା, ଅମିତ ରଣା, ରୋସନ ରାଜପୁତ ପ୍ରମୁଖ ସଂପୂର୍ଣ୍ଣ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.