ସିପିଆଇ ଏମଏଲ ତରଫରୁ ମ.ରାମପୁର ତହସିଲ ଓ ବ୍ଲକ ଅଫିସ ଘେରାଉ

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଞ୍ଚଳରେ ଅନେକ ସମସ୍ୟା ରହିଥିବା ବେଳେ, ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରିଛି ସିପିଆଇ (ଏମଏଲ)। ସିପିଆଇଏମ୍‌ଏଲର ଜାଗ୍ରତ ସମିତି ଏବଂ ଚେତନା ନାରୀ ଜାଗରଣ ମଞ୍ଚ ଜିଲ୍ଲା ସାଧାରଣ ସମ୍ପାଦକ କେଶବ ପଧାନଙ୍କ ନେତୃତ୍ୱରେ ୪୦୦ ରୁ ଉର୍ଦ୍ଧ୍ୱ ସିପିଆଇ(ଏମ୍‌ଏଲ୍‌) ମହିଳା ଓ ପୁରୁଷ କର୍ମୀ ବୁଧବାର ମ.ରାମପୁର ତହସିଲ ଅଫିସ୍ ଓ ବ୍ଲକ ଅଫିସ ଘେରାଉ କରିବା ସହ ଦାବୀପତ୍ର ପ୍ରଦାନ କରିଥିଲେ । ୫ ଦଫା ଦାବି ନେଇ ସିପିଆଇ (ଏମ୍ଏଲ୍) କଳାହାଣ୍ଡି ଶାଖା ପକ୍ଷରୁ ତହସିଲଦାରଙ୍କ ଜରିଆରେ ରାଜ୍ୟପାଳ ଓ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପଦର ଗୁଡ଼ିକର ଦାବିଦାରମାନଙ୍କୁ ଜଙ୍ଗଲ ଜମି ଶିରୋନାମା ଦେଇ ସେମାନଙ୍କୁ ତାଙ୍କ ବସତି ସ୍ଥାନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଗୃହ ପ୍ରଦାନ କରାଯାଉ ବୋଲି ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଏକ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଜଙ୍ଗଲ ଜମିରେ ବସବାସ କରି ରହି ଆସୁଥିବା ଯୋଜନା କିମ୍ବା ବିଜୁ ପକ୍କାଘର ଯୋଜନାରେ ଘର ତିଆରି କରିବା ପାଇଁ ପ୍ରଶାସନ ଅନୁମତି ଦେଉ। ଜଙ୍ଗଲ ଜମିରେ ବସବାସ କରି ରହି ଆସୁଥିବା ପଦର ଗୁଡ଼ିକର ମୌଳିକ ସୁବିଧା ରାସ୍ତା, ପାନୀୟ ଜଳ, ସ୍କୁଲ, ମିନି ଅଙ୍ଗନବାଡ଼ି କେନ୍ଦ୍ର ଯୋଗାଇ ଦିଆଯାଉ, ୬୦ ବର୍ଷରୁ ଅଧିକ ସମସ୍ତ ବୃଦ୍ଧବୃଦ୍ଧା ଓ ବିଧବାମାନଙ୍କୁ ୧୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଉ ଆଦି ଦାବି ଏଥିରେ ଉଲ୍ଲେଖ ରହିଛି। ସିପିଆଇଏମଏଲର ବରିଷ୍ଠ କର୍ମୀ ମାନଙ୍କ ମଧ୍ୟରେ ସହସମ୍ପାଦକ ଦୟାସାଗର ନାଏକ, ନର୍ଲା ବ୍ଲକ୍ ସମ୍ପାଦକ ଫକୀର ଚରଣ କଣ୍ଡାଦୋରା, ବିଶ୍ବନାଥପୁର ବ୍ଲକ ସମ୍ପାଦକ ଚନ୍ଦ୍ର ହରିଜନ, ମଦନପୁର ରାମପୁର ବ୍ଲକ୍ ସମ୍ପାଦକ ଖାଡିରାମ ଧରୁଆ, ଜୁନାଗଡ଼ ବ୍ଳକ ସମ୍ପାଦକ ବିପିନ ନାଏକ, ବ୍ରାଞ୍ଚ କମିଟି ସମ୍ପାଦକ ବଲମ ଧରୁଆ, ପିଲେଇ ମାଝୀଙ୍କ ସମେତ ୪୦୦ ରୁ ଉର୍ଦ୍ଧ୍ବ ସିପିଆଇ (ଏସ୍ଏଲ୍) କର୍ମକର୍ତ୍ତା ଏକ ରାଲିରେ ଆସି ମ.ରାମପୁର ତହସିଲଦାର କାର୍ଯ୍ୟାଳୟରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଓ ବିଡ଼ିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ | ଦାବୀ ଗୁଡିକ ପୁରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରୀ ବ୍ୟାପକ କରିବେ ବୋଲି ଚେତାବନୀ ଦେଇଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.