ଏକ ଦିବସୀୟ ରକ୍ତଦାତା ପ୍ରବର୍ତ୍ତକ ତାଲିମ ଶିବିର ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା / ସୋନପୁର (ସର୍ଜନ କୁମାର ପାଣ୍ଡେ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ANM ତାଲିମ ସଭାଗୃହ ଠାରେ ରକ୍ତ ପ୍ରବର୍ତ୍ତକ ଙ୍କ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିର ରେ ଜିଲ୍ଲା ରକ୍ତ କେନ୍ଦ୍ର ଅଧିକାରୀ ଡାକ୍ତର ଦୁର୍ଗାଦତ୍ତ ଦାଶ ଓ ADMO ରମେଶ ଚନ୍ଦ୍ର ସ୍ବାଇଁ ଉପସ୍ଥିତ ରହି ରକ୍ତ ର ଆବଶ୍ୟକତା ଓ ରୋଗୀର ରୋଗରେ ରକ୍ତ ର ଭୂମିକା ଆଲୋଚନା କରିଥିଲେ l ସେହିପରି ରକ୍ତ ପ୍ରବର୍ତ୍ତକ ଉମାକାନ୍ତ ନାଗ ରକ୍ତ ଦାନ ଶିବିର ଆୟୋଜନ ତଥା ରକ୍ତ ଦାତା ଙ୍କୁ ପ୍ରବର୍ତ୍ତକ ଙ୍କ ଶିବିର ଆୟୋଜନ ର ଭୂମିକା ବିଷୟରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମନୁମୁଣ୍ଡା ସ୍ୱଚ୍ଛ ଭାରତ ସଂଗଠନର ମଖ୍ୟ ଅଲିବୁଲ ଇସଲମ, ଇନ୍ଦୁମତି ପୁରୋହିତ ,ରକ୍ତ କେନ୍ଦ୍ର କମିଟି ର ବରିଷ୍ଟ ସଦସ୍ୟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଆମ ଓଡ଼ିଶା ସମ୍ବାଦ ର ଆୟୋଜକ ରତନ ପଟ୍ଟନାୟକ, ସମାଜ ପ୍ରତିନିଧି ସ୍ୱାଧୀନ ମେହେର ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରମୋଦ ସାହୁ, ADPHU ବୃନ୍ଦାବନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଶୋଭା କେୟାର ର ମେନେଜର ସୁବାସ ପଣ୍ଡା, ଆଶା ନଂର୍ସିହୋମ ର ମେନେଜର ବୃନ୍ଦାବନ ମଲ୍ଲିକ ତଥା ଜିଲ୍ଲାର ରକ୍ତଦାତା ପ୍ରବର୍ତ୍ତକ ସେବା ସଂଘ ସଭାପତି ମନୋଜ କୁମାର ପଣ୍ଡା ସଭା ପରିଚାଳନା କରିଥିଲେ ।ଜିଲ୍ଲାର 50ଜଣ ରକ୍ତ ପ୍ରବର୍ତ୍ତକ ତଥା ANM ତାଲିମ ପ୍ରାପ୍ତ ଛାତ୍ର ଛାତ୍ରୀ ଙ୍କୁ ବ୍ଲଡ଼ MOTIVETAR ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ରକ୍ତ କେନ୍ଦ୍ର ର ଟେକ୍ନିସିଆନ୍ ଜଗତ ଦାରୁଅନ, ଟିଟୁ ଭୋଇ ,ଟଙ୍କଧର କୁଅର ପ୍ରମୁଖ ଶିବିର ପରିଚାଳନା କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.