ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକରେ ଖରିଫ ଧାନ କ୍ରୟ ନିମନ୍ତେ ବୁଧବାର ଧାନ ମଣ୍ଡିର ଶୁଭାରମ୍ଭ ହୋଇଛି। ବ୍ଳକ ସଦର ମହକୁମା ଧାନ ମଣ୍ଡିରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ଉପଜିଲ୍ଲାପାଳ ବିରଞ୍ଚିନାରାୟଣ ଦରୱାନ, ସିଏସ୍ଓ ପବିତ୍ର ସାହୁ, ଏସିଏସଓ ଦୁର୍ଗା ପ୍ରସାଦ ମାଝୀ, ଡିଆରସିଏସ୍ ପ୍ରମୋଦ ସାହୁ, ଏଆରସିଏସ୍ ମିତ୍ର ଭୂଷଣ ବିଶ୍ୱାଳ, କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବ୍ଳକ ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି କ୍ରମରେ ମଣ୍ଡି ପରିସରରେ ଅଧିକାରୀ, ପ୍ୟାକ୍ସ କର୍ମଚାରୀ, ମିଲର୍ସ ଓ ଚାଷୀଙ୍କ ମଧ୍ୟରେ ଏକ ଆଲୋଚନା ହୋଇଥିଲା। ଚାଷୀ ମାନେ ମଣ୍ଡିରେ ପିଇବା ପାଣି, ଶୋଇବା ଘର, ପାଇଖାନା, ଧାନ ସଫା ଯନ୍ତ୍ର, ଓଜନ ମାପକ ଯନ୍ତ୍ର, କଟନି ବନ୍ଦ କରିବା, ସ୍ବଚ୍ଛତା ପାଇଁ ସିସିଟିଭି ଓ ଚାଷୀଙ୍କୁ ହଇରାଣ ନ କରି ସୁରୁଖୁରୁରେ ଧାନ ଉଠାଣ କରିବା ପାଇଁ ଉପସ୍ଥିତ ଚାଷୀ ମାନେ ଦାବି କରିଥିଲେ। ପ୍ରଥମ ଦିନରେ ୯ ଜଣ ଚାଷୀଙ୍କ ୪ ଶହ ୪୫ କୁଇଣ୍ଟାଲ ୮୫ କେଜି ଧାନ କ୍ରୟ କରାଯାଇଥିବା ପ୍ୟାକ୍ସ ପକ୍ଷରୁ ସୂଚନା ରହିଛି। ଜେକେ ଫୁଡସ୍ ଓ ବୈଷ୍ଣେଦେବୀ ରାଇସ ମିଲ ପକ୍ଷରୁ ଧାନ ଉଠାଣ କରିଥିଲେ। କେନ୍ଦ୍ର ସମବାୟ ବ୍ୟାଙ୍କ କୋକସରା ଶାଖା ପରିଚାଳକ ଇନ୍ଦ୍ରମଣି ଧଙ୍ଗଡାମାଝୀ ସ୍ବାଗତ ଭାଷଣ ଦେଇଥିଲେ। କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମିଲର୍ସ ପ୍ରଶାନ୍ତ ସାହୁ, ଜବାହରଲାଲ ଗୁପ୍ତା ସମେତ ଚାଷୀ ଶିବ ପ୍ରସାଦ ପ୍ରଧାନୀ, ଲକ୍ଷ୍ମୀ ନାରାୟଣ ପ୍ରଧାନୀ, ଲଲାତେନ୍ଦୁ ପ୍ରଧାନୀ, ସାରଳା ପ୍ରସାଦ ପ୍ରଧାନୀ, ଜୟ ଶଙ୍କର ବେମାଲ, ଉପେନ୍ଦ୍ର ହଂସ, ପୁରନ୍ଦର କେତକୀ, ବିନୋଦ ନାଏକ ସମେତ ମାଝୀଗୁଡା, ରେଙ୍ଗାଳପାଲି, ଚିଲିଗୁଡା, ପାଣିଗାଁ ଓ କୋକସରାର ଚାଷୀମାନେ ଉପସ୍ଥିତ ରହିଥିଲେ। ଆମପାଣି ପ୍ୟାକ୍ସ ସମ୍ପାଦକ ବିକାଶ ରଞ୍ଜନ ପଣ୍ଡା, ଟେମରା ପ୍ୟାକ୍ସ ସମ୍ପାଦକ ରଞ୍ଜନ ପାଣିଗ୍ରାହୀ, କୋକସରା ପ୍ୟାକ୍ସର ସମସ୍ତ କର୍ମଚାରୀ ଓ ଆର୍ ଏମସି କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।