ଲଖିରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସ ପାଳିତ

ଏଡସ୍ ବିଷୟରେ  ଜାଣିବା ପାଇଁ ଜନସାଧାରଣ ଆଗେଇ ଆସିବାକୁ ପଡିବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଜିଲ୍ଲା ବେହେରା ସ୍ଥିତ ଲଖିରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଡକ୍ରସ ୟୁନିଟ ତଥା ରେଡରିବନ କ୍ଲବ ଆନୁକୂଲ୍ୟରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଯାଇଛି। ସଭା ପୂର୍ବରୁ ଏକ ମିନିମାରାଥନ ଆୟୋଜନ ହୋଇଥିଲା ଯେଉଁଠି ଛାତ୍ରଛାତ୍ରୀମାନେ ଭାଗ ନେଇ ପଥଚାରୀମାନଙ୍କୁ ଏଡସ୍ ବିଷୟରେ ସଚେତନ କରିଥିଲେ। ଏଡସ୍ ବିଷୟରେ ଅଧିକ ଜାଣିବା ଦ୍ବାରା ଏଡସ୍ ଦୂରିକରଣ ସମ୍ଭବ ସେଥିପାଇଁ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ କହିଥିଲେ। ଏକ ଏଡସ୍ ସଚେତନ ସଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ମୂଖ୍ୟବକ୍ତା ଭାବେ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜନ ସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା,ସମ୍ମାନିତ ଅତିଥି ଭାବେ ଶ୍ରୀକାନ୍ତ ପଣ୍ଡା ଟି. ବି. ସୁପରଭାଇଜର, ଆଧ୍ୟାପକ ରଂଜନ କୁମାର ପଣ୍ଡା,ଅକ୍ଷୟ କୁମାର ପଟ୍ଟନାୟକ, ନିକୁଞ୍ଜ ବିହାରୀ ସାହୁ,ଫକୀର ଚଣ୍ଡି ମଞ୍ଚାସୀନଥିଲେ।  ସୁରେନ୍ଦ୍ର କୁମାର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ରେଡରିବନ କ୍ଲବ ପରାମର୍ଶଦାତା ମୋହନ ଚରଣ ବିଷି ଧନ୍ୟବାଦ ଅର୍ପଣ ଓ କାର୍ଯ୍ୟକ୍ରମର ପ୍ରସ୍ତୁତି କରିଥିଲେ।  ଏହି ଅବସରରେ ପୂର୍ବରୁ ଆୟୋଜିତ  ଏଡସ୍ ସଚେତନତା ଶିର୍ଷକ ଉପରେ ପ୍ରବନ୍ଧ , ବକ୍ତୃତା, ଚିତ୍ରକଳା ଓ କ୍ୟୁଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜୟୀ ହୋଇଥିବା ପ୍ରତିଯୋଗୀମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା।  ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଶୋକ ଚଣ୍ଡି,ସାନୁର୍ଯ୍ୟ ଗୋପାଳ ସମେତ ଯୁବରେଡକ୍ରସର ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.