ସ୍ଵିଡିଶ ଭାଷାରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମହୁରି ପତ୍ରିକାର ମୁଖ୍ୟ ସମ୍ପାଦକ ଡ଼. ଭବାନୀ ଶଙ୍କର ନିଆଲଙ୍କ ୨ଟି ଓଡ଼ିଆ କବିତା ‘କାଲି ଯାହା ସତ ଥିଲା ଆଜି ମିଛ’ ଓ ‘କାନ୍ଦିଛି କେଉଁ ଶତାଦ୍ଧିରେ ଜଣା ନାହିଁ’ ସ୍ଵିଡିଶ ଭାଷାରେ ଅନୁଦିତ ହୋଇଛି । ଏହି କବିତାକୁ ଇଂରାଜୀ ଭାଷାରେ ଡ଼. ତପନ କୁମାର ରଥ ଅନୁଦିତ କରିଥିବା ବେଳେ ସ୍ବିଡେନ ଦେଶର କବି ର୍ବେଣ୍ଟ ଓଲଭ ଆଣ୍ଡରସନ ଡ଼. ନିଆଲଙ୍କ କବିତାକୁ ସ୍ଵିଡିଶ ଭାଷାରେ ଅନୁଦିତ କରିଛନ୍ତି । ଆଣ୍ଡରସନ ହେଉଛନ୍ତି ଜଣେ କବି, ଲେଖକ, ସଂସ୍କୃତି ଗବେଷକ । ସେ ନୋରଲାଣ୍ଡ ରାଇଟର ଏସୋସିଏସନର ଅଧ୍ୟକ୍ଷ ଏବଂ ସ୍ଵିଡେନ ରାଇଟର ଏସୋସିଏସନର ଉପାଧ୍ୟକ୍ଷ ଅଟନ୍ତି । ସେ ଅନେକ ଗୁଡିଏ ପୁସ୍ତକର ରଚନା କରିଛନ୍ତି । କ୍ରମାଗତ ଭାବେ କବି ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ, ପୋଲିସ, ସ୍ପେନିସ, ଆଳବାନିୟନ, ଫିଲିପିନୋ, ଭିଏତନାମା, ଜାପନ, କିର୍ଗିଜ୍, ହିବ୍ରୁ ଭଳି ୨୦ ଟି ଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହୋଇଛି । ସୂଚନା ଯୋଗ୍ୟ ଯେ, କବି ଡ଼. ନିଆଲଙ୍କ ଇଂରାଜୀ କବିତା ସଂକଳନ ‘ଲକଡାଉନ’ର ଅନ୍ତର୍ଜାତୀୟ ସମୀକ୍ଷା ‘ଏ ଟେପେଷ୍ଟ୍ରି ଅଫ ୱାର୍ଡସ’, ଦି ପଏଟିକ ଲିଗାସୀ ଅଫ ଡ଼. ଭବାନୀ ଶଙ୍କର ନିଆଲ ପ୍ରକାଶିତ ହୋଇଛି ।ଯାହାକି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା ତଥା ଭାଷାବିତ ପ୍ରଫେସର ଇରେନେ ଦୌରା କାବାଡିଆ ସମ୍ପାଦନା କରିଥିଲେ । ବର୍ତ୍ତମାନ କବି ଡ଼. ଭବାନୀ ନିଆଲଙ୍କ ଦୁଇଟି ଓଡ଼ିଆ କବିତା ସ୍ଵିଡିଶ ଭାଷାରେ ଅନୁଦିତ ହେବାପରେ କଳାହାଣ୍ଡି ସମେତ ରାଜ୍ୟର ଅନେକ ମହଲରେ ଖୁସିର ଲହରୀ ଖେଳିଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଡ଼. ନିଆଲଙ୍କ ଇଂରାଜୀ ସଂକଳନ ‘ଲକଡାଉନ’ ପୁସ୍ତକ ପୃଥିବୀର ଇଟାଲୀ, ଫ୍ରାନ୍ସ, ପର୍ତ୍ତୁଗୀଜ, ଜର୍ମାନ ଭାଷାରେ ପୁସ୍ତକ ପ୍ରକାଶିତ ହୋଇସାରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.