ନର୍ଲା ଡଙ୍ଗରତଲ ପଡାରେ ଅଷ୍ଟ ପ୍ରହର ନାମଯଜ୍ଞ 

ଯୋଗଦେଲେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ, ନର୍ଲା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଡଙ୍ଗରତଲ ପଡା ଅଷ୍ଟ ପ୍ରହର ନାମଯଜ୍ଞରେ ଯୋଗଦାନ ଦେଇ ପ୍ରଭୁ ନିତେଇ ଗୌରଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଓ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି । ନର୍ଲା ଅଞ୍ଚଳର ଗାଁ ଗାଁ ରେ ଏବେ ଆରମ୍ଭ ହୋଇଯାଇଛି ନାମଯଜ୍ଞ ସଂକୀର୍ତ୍ତନ। ଏହା ମଇମାସ ଶେଷ ଯାଏଁ ଚାଲିବ ।ଏହି କ୍ରମରେ ନର୍ଲା ବ୍ଲକ ନର୍ଲା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଡଙ୍ଗରତଲ ପଡା ରେ ଯଜ୍ଞ ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ୱବାଧାନରେ ଗତକାଲି ଠାରୁ ଆରମ୍ଭ ହୋଇଛି ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ । ଗତକାଲି ଶନିବାର ଅପରାହ୍ନରେ ଏନେଇ ଅନୁଷ୍ଠିତ ହୋଇଥିଲା ଭବ୍ୟ କଳସ ଯାତ୍ରା। ଆଜି ରବିବାର ସକାଳୁ ଆରମ୍ଭ ହୋଇଛି ଅଖଣ୍ଡ ନାମ । ଡଙ୍ଗରତଲ ପଡା ସଂକୀର୍ତ୍ତନ ମଣ୍ଡଳୀ ନାମ ଆରମ୍ଭ କରିଥିବା ବେଳେ ଆଖପାଖ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଆସି ନାମଯଜ୍ଞରେ ସାମିଲ ହୋଇ ଅଖଣ୍ଡ ନାମ ନେଉଛନ୍ତି । ଆସନ୍ତା କାଲି ସୋମବାର ସକାଳେ ଏହାର ପୂର୍ଣ୍ଣହୂତି ପଡିବ । ଆୟୋଜକ ମଣ୍ଡଳୀଙ୍କ ନିମନ୍ତ୍ରଣ ରେ ଆଜି ଦିନ ୧୨.୩୦ ସମୟରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂ ଦେଓ, ନର୍ଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି, ଉପାଧ୍ୟକ୍ଷ ଶ୍ରୀ ମହାନ୍ତି ନାମଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ । ଆୟୋଜକ ମଣ୍ଡଳୀ ଅତିଥି ବୃନ୍ଦଙ୍କୁ ପାଛୋଟି ନେଇଥିଲେ ନାମଯଜ୍ଞ ମଣ୍ଡପକୁ । ଅତିଥି ବୃନ୍ଦ ନିତେଇ ଗୌର, ଯୁଗଳମୂର୍ତ୍ତି ରାଧାକୃଷ୍ଣ ଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ । ସଂକୀର୍ତ୍ତନ ମଣ୍ଡଳୀଙ୍କ ସହ ଯଜ୍ଞ ମଣ୍ଡପ ପରିକ୍ରମା କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଇତ୍ୟବସରରେ ନେତୃବୃନ୍ଦ ଯଜ୍ଞ ପରିଚାଳନାଗତ ସୁବିଧା ଓ ସମସ୍ୟା କଥା ପରିଚାଳନା କମିଟିକୁ ପଚାରି ବୁଝିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.