ଫାଇନାଲରେ ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ଡବ୍ଲୁଓଡିସି ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଳକ ଟକାରୁମାଲ କ୍ରିକେଟ କ୍ଳବ୍ ତରଫରୁ ରେଙ୍ଗାଲି ପଡ଼ିଆ ଠାରେ ଆୟୋଜିତ ଫାଇନାଲ କ୍ରିକେଟ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ଯୋଗଦାନ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ମ୍ୟାଚ ମୁଡିଂ ଓ ତାଲଭଅଁରା ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ରୋମାଞ୍ଚକର ଫାଇନାଲ ମ୍ୟାଚରେ ମୁଡିଂ ଦଳ ବିଜୟ ଲାଭ କରି ଚମ୍ପିୟାନ ହୋଇଥିଲେ। ଚମ୍ପିୟାନ ମୁଡିଙ୍ଗ ଏକାଦଶ ଓ ଉପବିଜେତା ତାଳଭଅଁରା ଟିମ କୁ ଟ୍ରଫି ପ୍ରଦାନ କରିଥିଲେ। ଏଭଳି ଏକ ସୁନ୍ଦର ଟୁର୍ଣ୍ଣାମେଂଟ ଆୟୋଜନ ପାଇଁ ଆୟୋଜକ କ୍ଲବର ସଦସ୍ୟ ମାନଙ୍କୁ ଶ୍ରୀ ଠାକୁର ଧନ୍ୟବାଦ ଦେଇ ସମସ୍ତଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।