ସରକାରୀ ଆଇଟିଆଇ ରାୟଗଡାରେ ନୂଆ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ

ପାଠ ସହିତ ଦକ୍ଷତାର କୌଣସି ସାମଞ୍ଜସ୍ୟ ନାହିଁ -ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ରାୟଗଡାଠାରେ ନୂଆ ଓଡିଶା ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଯୁବକ ଯୁବତୀ ମାନଙ୍କର ଶାରୀରିକ ଏବଂ ମାନସିକ ବିକାଶ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବର ରାୟଗଡା ଜିଲ୍ଲାପାଳ ସ୍ୱାଧାଦେବ ସିଂ ଯୋଗ ଦେଇ ନିଜର ଅଭିଭାଷଣ ରେ କହିଥିଲେ ଯେ, ଦକ୍ଷତା ହିଁ ଯୁବକ ଯୁବତୀ ମାନଙ୍କୁ ସ୍ବରୋଜଗାରକ୍ଷମ କରିପାରିବ। ବେକାର ଯୁବକ ଯୁବତୀ ମାନେ ଏହି ସ୍କିଲ ମାଧ୍ୟମରେ ଆତ୍ମନିର୍ଭରଶିଳ ହୋଇପାରିବେ। ପାଠ ସହିତ ସ୍କିଲର କୌଣସି ସାମଞ୍ଜସ୍ୟ ନାହିଁ ବୋଲି କହିଥିଲେ ଜିଲ୍ଲାପାଳ। ସମ୍ମାନିତ ଅତିଥି ଭାବ ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ନନ୍ଦ ଯୋଗ ଦେଇ ତାଙ୍କର ମୂଲ୍ୟବାନ ଅଭିଭାଷଣ ରଖିଥିଲେ। ସେହିପରି ଜିଲ୍ଲା ଦକ୍ଷତା ଏବଂ ନିୟୋଜନ ଅଧିକାରୀ ତତୋମସୀ ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ମାଧ୍ୟମରେ ସ୍ୱରୋଜଗାରକ୍ଷମ ହେବା ପାଇଁ ପରାମର୍ଶ ଦେଇଥିଲେ। ଆଇପିଓ ସବ୍ୟସାଚୀ ସାହୁ ମଧ୍ୟ ଅତିଥି ଭାବର ଯୋଗ ଦେଇଥିଲେ। ସରକାରୀ ଆଇଟିଆଇର ଅଧ୍ୟକ୍ଷ ଅତୁଲ୍ୟ କୁମାର ପଣ୍ଡା ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ। ନିମନ୍ତ୍ରିତ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପତ୍ର ଏବଂ ପୁରସ୍କାର ବିତରଣ କରିଥିଲେ। ଅନୁଷ୍ଠାନର ତାଲିମ ଅଧିକାରୀ ନିଶିକାନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସନ୍ତୋଷ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦନ ହେଇଥିଲା। ସର୍ବ ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.