ମଦ ଭାଟି ରେଡ୍: ୩୦୦ କୋଟି ପାର କରିବା ଆଶଙ୍କା, ହାଲିଆ ହୋଇଗଲେଣି ଆୟକର ବିଭାଗ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ଲିଙ୍ଗରାଜ ମିଶ୍ର): ବଲାଙ୍ଗିର ଜିଲ୍ଲା ସୁଦପଡ଼ା ମଦ ଭାଟିରେ ରେଡ୍ ବେଳେ ଆୟକର ବିଭାଗ ହାତରେ ଲାଗିଛି ପୁଳା ପୁଳା ଟଙ୍କା । ବର୍ତ୍ତମାନ ସୁଦ୍ଧା ୨୦ କୋଟି ଟଙ୍କା ଗଣା ହୋଇଛି । ମିଳିଥିବା ୧୫୬ଟି ଟଙ୍କା ଭର୍ତ୍ତି ବ୍ୟାଗରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୬/୭ଟି ବ୍ୟାଗରେ ଥିବା ଟଙ୍କାକୁ ଗଣାଯାଇଛି । ସୂଚନା ଯୋଗ୍ୟ ଯେ, ଗତ ବୁଧବାର ଦିନ ଝାଡଖଣ୍ଡ ରାଜ୍ୟସଭା କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ବାସଭବନ ସମେତ ଝାଡଖଣ୍ଡର ରାଞ୍ଚି, ଲୋହରଦଗା ଏବଂ ଓଡିଶାର ୫ରୁ ଅଧିକ ସ୍ଥାନରେ ଏକ ବଡ ଧରଣର ଚଢାଉ କରିଥିଲା ଆୟକର ବିଭାଗ । ଧୀରଜ ସାହୁ ଝାଡଖଣ୍ଡର ଏକ ପ୍ରତିଷ୍ଠିତ ବ୍ୟବସାୟୀ ଓ ରାଜନେତା । ସେ କଂଗ୍ରେସରୁ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସାଂସଦ ସାହୁଙ୍କ ପୈତୃକ ବାସଭବନ ଲୋହରଦଗାରେ । ମାତ୍ର ରାଞ୍ଚିର ରେଡିୟମ ରୋଡରେ ଥିବା ଏକ ବଙ୍ଗଳାରେ ସେ ଏବଂ ତାଙ୍କର ପୁରା ପରିବାର ରହୁଛନ୍ତି । ଗତ ବୁଧବାର ସକାଳେ ସୁରକ୍ଷା ବାହିନୀ ସମେତ ଆୟକର ବିଭାଗ ଉଭୟ ସ୍ଥାନରେ ଚଢାଉ କରିଥିଲା । ଏହା ବ୍ୟତୀତ ବଲାଙ୍ଗୀର, ବୌଦ୍ଧ, ଭୁବନେଶ୍ୱର, ସୁନ୍ଦରଗଡ, ସମ୍ବଲପୁର ଓ ରାୟଗଡା ଆଦି ବିଭିନ୍ନ ସ୍ଥାନରେ ଆଇଟି ପକ୍ଷରୁ ଚଢାଉ ଚାଲିଛି । ଟିଟିଲାଗଡ଼ ସଂଜୟ ସାହୁଙ୍କ ସହ ତାଙ୍କ ବଡ଼ଭାଇ ଦୀପକ ସାହୁ ଓ ବଳଦେବ ସାହୁଙ୍କ ଘରେ ଓ ମଦଭାଟିରେ ଆଇଟି ବିଭାଗ ପକ୍ଷରୁ ରେଡ୍‌ ହୋଇଥିଲା । ଚଢାଉ ସମୟରେ ଉଭୟ ଘର ଓ ମଦଭାଟିରୁ ୩୦୦ କୋଟିରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ସେହିପରି ବଲାଙ୍ଗୀର ସୁଦପଡ଼ା ରାଜେଶ ସାହୁଙ୍କ ମଦଭାଟି ସହ ଘରେ ମଧ୍ୟ ରେଡ୍‌ ଜାରି ରହିଛି । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.