ବିଶ୍ଵନାଥପୁର ମାଁ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଯୋଗ, ସଫେଇ ଓ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):  ବିଶ୍ଵନାଥପୁର ସ୍ଥିତ ମାଁ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ନୂଆ ଓଡିଶା, ଯୁବ ଓଡିଶା, ନବୀନ ଓଡିଶା” ମାଧ୍ୟ୍ୟମରେ ଯୋଗ, ସଫେଇ, ସାମାଜିକ ସୁରକ୍ଷା ଓ ସଡ଼କ ସୁରକ୍ଷା ଜୀବନ ରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଁ ହୀରାନୀଳା ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ଅଙ୍କନ କୁମାର ରାୟଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ, ବିଧାୟକ ପ୍ରତିନିଧି ପ୍ରଦୀପ ଘଡ଼େଇ, କଳାହାଣ୍ଡି ଜିଲ୍ଲା ଟ୍ରାଫିକ ଇନ୍ସପେକ୍ଟର ମିଥୁନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସୁସ୍ଥ ସମାଜ ଗଠନରେ ଯୁବ ସମାଜର ଭୂମିକା ବିଷୟରେ ଆଲୋକପାତ କରିବା ସହିତ ସଡ଼କ ସୁରକ୍ଷା ବିଷୟରେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ତେବେ ମାଁ ହୀରାନୀଳା ମାଧ୍ୟମିକ ବିଦ୍ୟାଳୟ ଠାରୁ ବାହାରି ବ୍ଲକ ଛକ ଯାଏଁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସଚେତନତା ରାଲି କରାଯାଇ ବିଭିନ୍ନ ସ୍ଲୋଗାନ ଦେଇ ଲୋକମାନଙ୍କୁ ସଚେତନ କରାଯାଇଥିଲା। ପରେପରେ କଲେଜ ପରିସର ଓ ଗାଁ ନିକଟସ୍ଥ ନୂଆବନ୍ଦ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସ୍କାଉଟ ଗାଇଡ୍ ଶିକ୍ଷକ କିଶୋର ଘଡ଼େଇ ପରିଚାଳନା କରିଥିବାବେଳେ ନୋଡାଲ ଅଫିସର୍ ଅଧ୍ୟାପକ ଜଗତରାମ ନାଏକ, ସଞ୍ଜୟ କୁମାର ସିଂ, ଭୁବନ ମୋହନ ସାହୁ, ଚିତ୍ତରଞ୍ଜନ ବାରିକ, ସରୋଜ କୁମାର ନାୟକ ଟଙ୍କଧର ଦଣ୍ଡସେନା, ସୁଦର୍ଶନ ପାତ୍ରଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.