କୃଷକ ସଂଘର ଉତ୍ପାଦକ ଦକ୍ଷତା ବୃଦ୍ଧି ତାଲିମ ଶିବିର 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କୋଳାସିଙ୍ଗି ଗ୍ରାମରେ ନାବାର୍ଡ ସହଯୋଗରେ ବାବା ବିଶ୍ଵନାଥ କୃଷକ ସଙ୍ଘର ଉତ୍ପାଦକ ଦକ୍ଷତା ବୃଦ୍ଧି ନିମନ୍ତେ ଏକଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଟ ବୈଜ୍ଞାନିକ ଡ଼ ସୁବ୍ରତ କୁମାର ନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷକ ଉତ୍ପାଦକ ସଂଘର ଉତ୍ପାଦ ଓ ଗୁଣବତା ବୃଦ୍ଧି ନିମନ୍ତେ, ନୂତନ ପଦ୍ଧତି ଓ ଯନ୍ତ୍ର ପାତିର ବ୍ୟବହାର ଉପରେ ଗୁରୁତ୍ୱା ରୋପ କରିବା ସହିତ,କୃଷି ବିଜ୍ଞାନ କେନ୍ଦ୍ରର ଆଭିମୁଖ୍ୟ ବିଷୟ ରେ ଧାରଣା ଦେଇଥିଲେ। ନାବାର୍ଡର ଜିଲ୍ଲା ମୁଖ୍ୟ ଉର୍ନ୍ନୟନ ମେନେଜର ସଂଜୀବ ମିଶ୍ର ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ପରିସ୍ଥିତିରେ ଥିବା କୃଷକ ଉତ୍ପାଦିକା ସଙ୍ଘକୁ ଉଭୟ ଜ୍ଞାନ କୌଶଳରେ ଦକ୍ଷତା ବୃଦ୍ଧି ସହିତ ଉପଯୁକ୍ତ ରାସ୍ତା ଦେଖାଇ ବାର ସମୟ ଆସି ଯାଇଛି, ଏବଂ ଏହି ଦିଗରେ କେବିକେ, ବ୍ରହ୍ମପୁର ର ଉଲେଖ ନୀୟ ଅବଦାନ ରହିବ ବୋଲି ଆଶା ବ୍ୟକ୍ର କରିଥିଲେ। ବାବା କୃଷକ ଉତ୍ପାଦକ ସଙ୍ଘର ନିର୍ଦେଶକ ଅନିଲ କୁମାର ପଣ୍ଡା, ସଂଘର କାର୍ଯ୍ୟାବଳୀ ଉପସ୍ଥାପନା କରିବା ସହିତ ଆଗାମୀ ଦିନରେ ସଂଘର ଦୁରଦୃଷ୍ଟି ଓ ଭବିଷ୍ୟତ ବିଷୟ ରେ ଆଲୋକପାତ କରିଥିଲେ। ଅରୁଣ କୁମାର ଖାଡ଼ଙ୍ଗା ସ୍ୱାଗତ ଭାଷଣ ମାଧ୍ୟମରେ ଏହି ଶିବିରର ଉଦେଶ୍ୟ ସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। କେବିକେ, ବ୍ରହ୍ମପୁରର ବୈଜ୍ଞାନିକ ଡ଼ ଦେବାଶିଷ ଷଡ଼ଙ୍ଗୀ, ସନ୍ଦୀପ ମହାନ୍ତି, ସସ୍ମିତା ପ୍ରିୟଦର୍ଶନୀ, ରବି ନାରାୟଣ ମିଶ୍ର, ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଫଳ ଓ ପନିପରିବା ବିଶେଷ କରି ଲଙ୍କା ଫସଲରେ ସମନ୍ୱିତ ଖାଦ୍ୟ ସାର ଓ ରୋଗ ପୋକ କୀଟ ପରିଚାଳନା କରିବା ସହିତ, ମୂଲ୍ୟ ଯୁକ୍ତ ଖାଦ୍ୟ ପଦାର୍ଥ ପ୍ରସ୍ତୁତି ଉପରେ ଉପସ୍ଥିତ ସଂଘର କାର୍ଯ୍ୟକର୍ତ୍ତା ଓ ଚାଷୀ ମାନଙ୍କୁ ବୁଝାଇ ଥିଲେ। ସହକାରୀ ଉଦ୍ୟାନ କୃଷି ଅଧିକାରୀ ଉଦୟ ନାଥ ଧର, ସଂଘର ଦକ୍ଷତା ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନାର ଆକଳନ ଓ ପାରିବର୍ଦ୍ଧିତ ଜଳବାୟୁରେ ଚାଷ ଉପରେ ଉପସ୍ଥାପନା ଦେଇ ଥିଲେ। ଡବ୍ଲୁ.ଓ.ଟି.ଆରର ଆକ୍ସନ ମେନେଜର ଗ୍ରାବୀ ଏଲ ଦାସ ହଳ ଓ ମାଟିର ସମାନତା ରକ୍ଷା କରି ଚାଷକୁ ଆପଣେଇଲେ ଉତ୍ପାଦକ ଶକ୍ତି ବୃଦ୍ଧି ସହିତ ମାଟି ଓ ପାଣି ର ସୁରକ୍ଷା ହୋଇ ପାରିବ ବୋଲି ଆଲୋଚନା କରିଥିଲେ। ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଅନ୍ୟ ଉତ୍ପାଦକ ସଂଘରୁ ବିଷ୍ଣୁ ଚରଣ ସାହୁ, ଆଶିଷ କୁମାର ପ୍ରଧାନ, ରବୀନ୍ଦ୍ର ସାବତ ଯୋଗ ଦେଇ ନିଜ ନିଜ ସଙ୍ଘ ରକାର୍ଯ୍ୟକ୍ରମ ଉପରେ ମତାମତ ଦେଇଥିଲେ। ପରିଶେଷରେ ଏଜ କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଥିଲା ଏବଂ ଦୁଇଜଣ ଚାଷୀଙ୍କୁ ନିଜର ଉତ୍କର୍ଷତା ପାଇଁ ପୁରସ୍କାର ଦିଆ ଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.