ପ୍ରଥମ ରାୟଗଡା ସାହିତ୍ୟ ସମ୍ମାନ ପାଇବେ ବିଶିଷ୍ଟ କଥାକାର ଗୌରହରି ଦାସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ରାୟଗଡା ସାହିତ୍ୟ ମହୋତ୍ସବର ଅଧ୍ୟକ୍ଷ ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସର୍ବସମ୍ମତିକ୍ରମେ ବିଶିଷ୍ଟ କଥାକାର ଡକ୍ଟର ଗୌରହରି ଦାସଙ୍କୁ ପ୍ରଥମ ରାୟଗଡା ସାହିତ୍ୟ ସମ୍ମାନ-୨୦୨୩ରେ ସମ୍ମାନିତ କରିବା ପାଇଁ ସ୍ଥିର କରାଯାଇଛି।ଏହି ସମ୍ମାନ ପଛରେ ରାୟଗଡାର ଶାନ୍ତସରଳ ଅମୃତ ସନ୍ତାନମାନଙ୍କର ଡକ୍ଟର ଗୌରହରି ଦାସଙ୍କ ପ୍ରତି ଥିବା ଅଜସ୍ର ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ପ୍ରତିଫଳିତ ହୋଇଛି। ରାୟଗଡା ହେଉଛି ସାହିତ୍ୟର ଅନ୍ୟ ଏକ ଏନ୍ତୁଡିଶାଳ। ଯେଉଁଥିରୁ ଅନେକ ସ୍ରଷ୍ଟା ସୃଷ୍ଟି ହୋଇଛନ୍ତି। ସେମାନଙ୍କର କୃତୀକୁ ମନେ ପକାଇ ଆଗାମୀ ଦିନରେ ବର୍ତ୍ତମାନର କବି ଲେଖକ ଓ ଲେଖିକାମାନଙ୍କୁ ଆଗଧାଡିରେ ପହଞ୍ଚାଇବା ଏ ସାହିତ୍ୟ ମହୋତ୍ସବର ଏକ ପ୍ରୟାସ। ଓଡିଆ ସାହିତ୍ୟରେ ଗଳ୍ପ ଓ କବିତାର ନିର୍ଦ୍ଦିଷ୍ଟ ଦିଗ ନିର୍ଣ୍ଣୟ କରି ପ୍ରତ୍ୟେକ ଲେଖକ ଓ ଲେଖିକାଙ୍କୁ ବିନ୍ଧାଣି ସଜାଇବାରେ ନେତୃତ୍ବ ନେବା ପାଇଁ ଡକ୍ଟର ଗୌରହରି ଦାସଙ୍କୁ ଆସନ୍ତା ୧୦ ତାରିଖରେ ରାୟଗଡା ସାହିତ୍ୟ ମହୋତ୍ସବରେ ଯୋଗଦେବା ପାଇଁସାଦର ନିମନ୍ତ୍ରଣ କରାଯାଇଛି। ଏହି ଉତ୍ସବରେ ଶ୍ରୀମନ୍ଦିର ପ୍ରଶାସକ ତଥା ବରିଷ୍ଠ କବି ରଂଜନ କୁମାର ଦାସ, ବିଶିଷ୍ଟ କଥାକାର ସଦାନନ୍ଦ ତ୍ରିପାଠୀ, ଗାଳ୍ପିକ ରବି ପଣ୍ଡା, ପ୍ରୀତିଧାରା ସାମଲ, କବି ରବି ଶତପଥୀ, କବି ଚକ୍ରପାଣି ପରିଛା ପ୍ରମୁଖ ଅତିଥି ଭାବେ ଯୋଗ ଦେବେ। ଏହାବ୍ୟତୀତ ଓଡିଶାର ବିଭିନ୍ନ ଅଂଚଳରୁ ସାହିତ୍ୟିକମାନେ ମଧ୍ୟ ଯୋଗ ଦେବେ ବୋଲି ସଂପାଦକ ସୁଶାନ୍ତ କୁମାର ନାୟକ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.