ଆଇନସେବା ପ୍ରାଧିକରଣ ରାୟଗଡା ଦ୍ବାରା ମାନବ ଅଧିକାର ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜି.ସି.ଡି(ଜିଲ୍ଳା) ହାଇସ୍କୁଲ ପରିସରରେ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସମ୍ପାଦିକା ନିବେଦିତା ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ବାର ଆସୋସିଏସନର ଓକିଲ ସାମୁଏଲ୍ ତାଣ୍ଡି,  ପ୍ରଣତି ପାତ୍ର, ପାନେଲ ଓକିଲ ସୀତାରାମ ପଣ୍ଡା, ଜିଲ୍ଲା ଆଇନ ସେବା ପ୍ରାଧିକରଣର ରିମାଣ୍ଡ ଓକିଲ ରାମକ୍ରୀଷ୍ନା ପଲ୍ଲୀଙ୍କ ସମେତ ଜି.ସି.ଡି(ଜିଲ୍ଳା) ହାଇସ୍କୁଲର ଶିକ୍ଷକ ବୃନ୍ଦ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନିବେଦିତା ପଣ୍ଡା ନିଜର ଅଭିଭାଷଣରେ ସମ୍ବିଧାନର ବିଭିନ୍ନ ଧାରାରେ ବର୍ଣ୍ଣିତ ଥିବା ମାନବ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିବା ସଙ୍ଗେସଙ୍ଗେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀମାନେ ନିଜ ଭିତରେ ଲୁକ୍କାୟିତ ଥିବା ପ୍ରତିଭାର ଅନ୍ବେଶଣ କରି ତାର ପରିପ୍ରକାଶ କରିପାରିଲେ ଏକ ଆଦର୍ଶ ସମାଜ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ନିଜର ଅଭିଭାଷଣରେ ମାନବ ଅଧିକାର ଦିବସ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ପରିଶେଷରେ ପିଲାମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା କରାଯାଇଥିଲା। ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପିଲା ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ସର୍ବୋପରି ଏହି କାର୍ଯ୍ୟକ୍ରମରେ ଜି.ସି.ଡି(ଜିଲ୍ଳା) ହାଇସ୍କୁଲର ଛାତ୍ର ଛାତ୍ରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ନିବେଦିତା ପଣ୍ଡା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.