ହାତୀ ନେଇଗଲା ନର୍ଲା ରେଞ୍ଜରଙ୍କ ଜୀବନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ରବିବାର ସକାଳେ ହାତୀ ଆକ୍ରମଣର ଶିକାର ହୋଇଥିବା ନର୍ଲା ବନବିଭାଗର ରେଞ୍ଜର ପ୍ରଶାନ୍ତ ପାଳଙ୍କ ମୃତ୍ୟୁ ହୋଇଛି। ପ୍ରାପ୍ତ ସୂଚନା ଆଧାରରେ ଆଜି ସକାଳେ ତୁଳାପଡା ଗାଁ ଆମପଡା ନିକଟରେ ହାତୀପଲ ରହିଥିବା ଖବର ପାଇ ରେଞ୍ଜର ଶ୍ରୀ ପାଳ ହାତୀ ଘଉଡା ସ୍କ୍ୱାର୍ଡ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ରେଞ୍ଜର ପ୍ରଶାନ୍ତ ପାଲ ହାତୀ ଆକ୍ରମଣର ଶିକାର ହୋଇଥିଲେ। ସେ ଅତି ସଙ୍କଟାପନ୍ନ ହୋଇ ପଡିଥିବାରୁ ତାଙ୍କୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ବନବିଭାଗ କର୍ମଚାରୀ ଓ ଅଧିକାରୀଙ୍କ ସମେତ ନର୍ଲା ପୋଲିସ, ବିଡ଼ିଓ ପ୍ରମୁଖ ଗୋଷ୍ଠୀ ଚିକିତ୍ସାଳୟରେ ଉପସ୍ଥିତ ରହିଥିଲେ। ତେବେ ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ବେ ଚିକିତ୍ସାଧିନ ଅବସ୍ଥାରେ ରେଞ୍ଜର ପ୍ରଶାନ୍ତ ପାଳଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ  ଶବ ବ୍ୟବଚ୍ଛେଦ ପାଇଁ ମ.ରାମପୁରକୁ ପଠାଇ ଦିଆଯାଇଛି। ମୃତ ରେଞ୍ଜର କଳାହାଣ୍ଡି ଉତ୍ତର ବନଖଣ୍ଡର ଜଣେ କର୍ତ୍ତବ୍ୟନିଷ୍ଟ ଅଧିକାରୀ ଥିଲେ। ସେ ଜନବସତିକୁ ହାତୀ ଦାଉରୁ ରକ୍ଷା କରିବା ପାଇଁ ଶତଚେଷ୍ଟିତ ରହୁଥିଲେ। ତେବେ ତାଙ୍କର ଦୁଃଖଦ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.