ଆମ ଓଡ଼ିଶା ନବୀନ ଓଡିଶାର ଜିଲ୍ଲା ସଂଯୋଜକ ହେଲେ ରାମଲାଲ ହଂସ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଚାଲିଥିବା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ତଦାରଖ ଏବଂ ସୁପରିଚାଳନା ସକାଶେ ପ୍ରଥମ ପର୍ଯ୍ୟାୟରେ ୧୬ ଟି ଜିଲ୍ଲା ପାଇଁ ଜିଲ୍ଲା ସଂଯୋଜକ ନି୍ୟୁକ୍ତି ଦିଆଯାଇଛି। ସେଥରେ ନୂଆପଡା ଜିଲ୍ଲା ପାଇଁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଭାବେ ଖରିଆର ରୋଡ ସହରର ରାମଲାଲ ହଂସଙ୍କୁ ଦାଇତ୍ୱ ମିଳିଛି। ସେ ଆଗରୁ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ତଥା ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବ୍ୟକ୍ତିଗତ ସହାୟକ ଭାବେ କାର୍ଯ୍ୟ କରି ଆସୁଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଏବଂ କାର୍ଯ୍ୟ ସୁପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦେଇ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ କାମ କରିବେ ବୋଲି ଶ୍ରୀ ହଂସ ପ୍ରକାଶ କରିଛନ୍ତି। ଏହା ସହିତ ରାମଲାଲ ହଂସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆମ ଓଡିଶା ନବୀନ ଓଡିଶା ଅଧକ୍ଷ ଭି.କେ ପାଣ୍ଡିଆନ ଏବଂ କେବିନେଟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.