ସାରବଙ୍ଗ କୋଶଲି ଧନୁଯାତ୍ରା ପାଇଁ କଂସ ବରଣ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ସାରବଙ୍ଗଠାରେ ପ୍ରଥମ ବର୍ଷ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ପାଇଁ କଂସ ବରଣ ହୋଇଛି। ସଲାଙ୍ଗିପଡାର ଶିକ୍ଷକ ମଧୁସୂଦନ ପାଣିଗ୍ରାହୀଙ୍କୁ କଂସ ଭୂମିକାରେ ଅଭିନୟ ପାଇଁ ଆୟୋଜକ କମିଟି ତରଫରୁ ବରଣ କରାଯାଇଛି। ଏହି ଧନୁଯାତ୍ରାଟି ଆସନ୍ତା ୨୬ ରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଦର୍ଶକ ମାନଙ୍କ ପାଇଁ ରାଜ ଦରବାର, ଦୂଲଦୁଲି, ବଜାଶାଳ, ସର୍କସ, ଷ୍ଟାର ନାଇଟ ଓ ମିନା ବଜାରର ବ୍ୟବସ୍ଥା କରାଯାଇଛି। ତେବେ ଜିଲ୍ଲପରିଷଦ ସଭ୍ୟ ଭରତ ଲାଲ ରାଉତ,ସମାଜ ସେବୀ ବିକାଶ ଦୀକ୍ଷିତଙ୍କ ସହିତ ଆୟୋଜକ କମିଟି ସଭାପତି ଗୋପାଳ ପଟେଲ, ଉପ ସଭାପତି ଲାଲ ସିଂ ମାଝୀ, ସମ୍ପାଦକ ପୁନିତ ରାଉତ, ଯୁଗ୍ମ ସମ୍ପାଦକ ଭୁବନେଶ୍ୱର ଦଣ୍ଡସେନା, କୋଷାଧକ୍ଷ ପ୍ରତିକ ଦେୱାଙ୍ଗନ, ସନ୍ତୋଷ ଦଣ୍ଡସେନା, ଚୈନ ସିଂ ଜଗତ, ଗୋବିନ୍ଦ ଦଣ୍ଡସେନା, ଶିବ ଚନ୍ଦ ସାହୁ, କୁଶଲ ପଟେଲ, କମଲ ରାଉତ, ଅଗଷ ଦଣ୍ଡସେନା, ଆଶିଷ ଦେୱାଙ୍ଗନ, ଦେୱାନନ୍ଦ ଦେୱାଙ୍ଗନ, କୌଶିକ ସାହୁ, ତୁଲେଶ ପଟେଲ, ଉମେଶ ରାଉତ, ଦୀନେଶ ପଟେଲ, ଗୋପୀଚନ୍ଦ ଦେୱାଙ୍ଗନ, ରୁପେନ୍ଦ୍ର ଦଣ୍ଡସେନା, ହେମନ୍ତ ଦେୱାଙ୍ଗନ, ଭିକ୍କୀ ଦେୱାଙ୍ଗନ, ଯୋଗେଶ ଦଣ୍ଡସେନା, ରିତେଶ ଦେୱାଙ୍ଗନ, ଛବି ଯାଦବ, ଲାଲୁ ପଟେଲ ଓ ଭୂପେନ୍ଦ୍ର ବାରିମ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.