ସଇଁତଲା ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟରସିଟି ଟ୍ରେନ ରହଣି ଦାବୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲାର ସଇଁତଲା ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳି ହୋଇଥିବା ବେଳେ ଏଠିକାର ଲୋକେ ଦୂରଦୂରାନ୍ତ ସ୍ଥାନକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ସଇଁତଲା ରେଳଷ୍ଟେସନରେ ଠାରେ ଦୁର୍ଗ-ପୁରୀ ଇଣ୍ଟରସିଟି ଟ୍ରେନ ରହି ଆସୁଥିଲା କିନ୍ତୁ କରୋନା ପରେ ଏହି ଅନିଶ୍ଚିତତା ମଧ୍ୟରେ ରହିଯାଇଛି। ଏହି ରେଳଷ୍ଟେସନର ନବୀକରଣ ପରେ ଇଣ୍ଟରସିଟି ଟ୍ରେନ ରହଣି ପାଇଁ ଲୋକ ବେଶ ଆଶାବାଦୀ ରହିଥିଲେ। ଗତ କିଛି ବର୍ଷ ଆଗରୁ ସଇଁତଲାବାସୀ ଉକ୍ତ ଟ୍ରେନ ରହଣି ପାଇଁ ଆନ୍ଦୋଳନ ମଧ୍ୟ କରିଥିଲେ। ଉକ୍ତ ଆନ୍ଦୋଳନ ପରେ ସରକାର ଟ୍ରେନ ରହଣି ପାଇଁ ଆଦେଶ ଦେଇଥିଲେ। ଟ୍ରେନର ରହଣି ପରେ ଭଲ ବ୍ୟବସାୟ ମଧ୍ୟ ହୋଇଥିଲା।ହେଲେ କରୋନା ମହାମାରୀ ପରେ ଟ୍ରେନ ରହଣିକୁ ରେଲୱେ କତୃପକ୍ଷ ବନ୍ଦ କରିଦେଇଥିଲେ। କରୋନା ମହାମାରୀ ପରେ ଅନ୍ୟ ଷ୍ଟେସନ ମାନଙ୍କରେ ଦୁର୍ଗ-ପୁରୀ ଇଣ୍ଟରସିଟି ରହୁଥିବା ବେଳେ ସଇଁତଲା ଷ୍ଟେସନରେ ରହୁ ନ ଥିବାରୁ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ କିଛି ମାସ ତଳେ ସମ୍ବଲପୁର ଡିଆରଏମ ସଇଁତଲା ଷ୍ଟେସନକୁ ଆସିଥିବା ବେଳେ ସଇଁତଲା ବିକାଶ ପରିଷଦ ତାଙ୍କୁ ସାକ୍ଷାତ କରି ଟ୍ରେନ ରହଣି ପାଇଁ ଦାବିପତ୍ର ପ୍ରଦାନ କରିଥିଲେ ଓ ଉକ୍ତ ଟ୍ରେନ ରହିବା ପାଇଁ ସେ ପ୍ରତିଶୃତି ମଧ୍ୟ ଦେଇଥିଲେ। ହେଲେ ସେ ଦେଇଥିବା ପ୍ରତିଶୃତି ପୂରଣ ହେଲାନାହିଁ। ଯାହା ଫଳରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି। ଉକ୍ତ ଟ୍ରେନର ରହଣି ହେଲେ ବ୍ୟବସାୟିକ ପେଣ୍ଠସ୍ଥଳି ରାୟପୁର ଓ ଜଗନ୍ନାଥ ଧାମ ପୁରୀକୁ ଯିବା ପାଇଁ ସଇଁତଲା ବ୍ଲକର ୨୨ଗୋଟି ପଞ୍ଚାୟତ ତଥା ଗୁଡଭେଳା, ତୁଷୁରା ସହିତ ପଡୋଶୀ ଜିଲ୍ଲା କଳାହାଣ୍ଡିର ଲୋକମାନେ ମଧ୍ୟ ସୁବିଧା ପାଇ ପାରିବେ ବୋଲି ଆଶା ବାନ୍ଧିଛନ୍ତି। ଗତ ମାସେ ତଳେ ବଲାଙ୍ଗୀର ସାଂସଦ ସଂଗୀତା ସିଂଦେଓ ସଇଁତଳା ବ୍ଲକ ପରିଦର୍ଶନରେ ଆସିଥିବା ବେଳେ ତାଙ୍କୁ ସଇଁତଳା ସାମ୍ବାଦିକ ସଂଘ ଭେଟି ଉକ୍ତ ଟ୍ରେନର ରହଣି ପାଇଁ ଆଲୋଚନା ମଧ୍ୟ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରିନାହିଁ। ଆଗକୁ ନିର୍ବାଚନ ଥିବାବେଳେ ସଇଁତଲା ତଥା ଆଖପାଖ ଅଞ୍ଚଳର ସାମାଜିକ ତଥା ଅର୍ଥନୈତିକ ବିକାଶ ଦୃଷ୍ଟିରୁ ଏ ଦିଗରେ ରେଲୱେ କତୃପକ୍ଷ କେବେ କାର୍ଯ୍ୟକାରୀ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ଯଦି ଏହି ଟ୍ରେନ ଗୋଟିଏ ମାସ ମଧ୍ୟରେ ସଇଁତଲା ଷ୍ଟେସନରେ ପୁନଃ ରହଣି ନ କରେ ସଇଁତଲା ସାମ୍ବାଦିକ ସଂଘ ତରଫରୁ ଆନ୍ଦୋଳନ କରିବା ପାଇଁ ନିଷ୍ପତି ନେଇଥିବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.