ବ୍ଲକ ପରିସରରେ ଯାଯାବର ଜୀବନ ଯାପନ କରୁଛନ୍ତି ବିଧବା ମହିଳା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସାନପୋଡ଼ାଗୁଡା ପଞ୍ଚାୟତ କଲୋନୀପଡ଼ାର ଜଣେ ଅସହାୟ ବିଧବା ମହିଳା ଉର୍ମିଳା ଦେଇ ବର୍ତ୍ତମାନ କୋକସରା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ବାଇକ ଷ୍ଟାଣ୍ଡରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ବିଧବା ଉର୍ମିଳାଙ୍କ କହିବା ଅନୁସାରେ, ତାଙ୍କ ସ୍ବାମୀ ମୁଲଲାଗି ପରିବାର ପ୍ରତିପୋଷଣ କରୁଥିଲେ। ସେମାନଙ୍କ କୌଣସି ଜମିବାଡ଼ି ନ ଥିବାରୁ ସାନପୋଡ଼ାଗୁଡା ପଞ୍ଚାୟତର କଲୋନୀ ପଡ଼ାରେ କୁଡ଼ିଆ ଘର କରି ରହୁଥିଲେ। ୪ବର୍ଷ ତଳେ ଉର୍ମିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସେ ନିଜର ସଦ୍ୟଜନ୍ମ ଶିଶୁ ପୁତ୍ରକୁ ବାଧ୍ୟହୋଇ ଏକ ଅନାଥାଶ୍ରମକୁ ଟେକି ଦେଇଥିଲେ। ତେବେ ସମ୍ପୃକ୍ତା ବିଧବା ମହିଳା କୁଲିମଜୁରି କରି ଚାଲୁଥିଲେ। ଏହି ସମୟରେ କେତେକ ବ୍ୟକ୍ତି ଉର୍ମିଳା ରହୁଥିବା ଘରକୁ ଭାଙ୍ଗିଦେବା ସହ ତାଙ୍କୁ ତଡି ଦେଇଥିଲେ। ଅନ୍ୟପକ୍ଷରେ ସେ ରାସନ୍ କାର୍ଡ, ବିଧବା ଭତ୍ତା କିମ୍ବା ଅନ୍ୟ କୌଣସି ସରକାରୀ ଯୋଜନାର ଲାଭ ପାଇପାରି ନାହାନ୍ତି। ବିଧବା ମହିଳାଙ୍କ ପାଇ ସରକାରୀ ସ୍ତରରୁ କିପରି ସାହାଯ୍ୟ ଆଶେ, କେଉଁଠି କିପରି ଆବେଦନ କରାଯାଏ ସେ ସମ୍ପର୍କରେ କିଛି ଜାଣି ନଥିବା ପ୍ରକାଶ କରିଛନ୍ତି ଉର୍ମିଳା। ଏପଟେ ତାଙ୍କର କୌଣସି ସମ୍ପର୍କିୟ ନାହାଁନ୍ତି। କିମ୍ବା ପଞ୍ଚାୟତ କତୃପକ୍ଷ ମଧ୍ୟ ସାହାଯ୍ୟ କରି ନାହାନ୍ତି। ତେଣୁ ଏହି ମହିଳା ଜଣକ ବାସହୀନ ହୋଇ ଅତି ଦୟନୀୟ ସ୍ଥିତିରେ ବ୍ଳକ କାର୍ଯ୍ୟାଳୟର ବାଇକ୍ ଷ୍ଟାଣ୍ଡଠାରେ ରହି କେବଳ ଚାହା ରାନ୍ଧି ଦୈନନ୍ଦିନ ଜୀବନ ଅତିବାହିତ କରୁଥିବା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ କୋକସରା ବିଡ଼ିଓଙ୍କ ମତାମତ ନେବାପାଇଁ ଚେଷ୍ଟା କରାଯାଇଥିଲେ ହେଁ କୌଣସି ପ୍ରତିକ୍ରିୟା ମିଲିପାରିନାହିଁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.