ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ନୟ ପରିଷଦ ରାୟଗଡା ଜିଲ୍ଲା ଶାଖାର ବୈଠକ; ନୂତନ କାର୍ଯ୍ୟକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହର ସ୍ଥିତ ଠକରବାପା ଆଶ୍ରମ ପରିସରରେ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ନୟ ପରିଷଦର ଆହ୍ୱାନ କ୍ରମେ ରାୟଗଡା ଜିଲ୍ଲା ଶାଖାର ଏକ ବୈଠକ ଆୟୋଜିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲା ଜଳ ବିଭଜିକା ମିଶନ ପ୍ରକଳ୍ପ ନିର୍ଦ୍ଦେଶକ ଡ଼ଃ ଦୟାନିଧି ବାଗ ସଭାପତିତ୍ୱ କରି ବୈଠକର ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ | ରାୟଗଡା ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା କର୍ମଚାରୀଙ୍କ ସର୍ବ ସମ୍ମତି କ୍ରମେ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ନିର୍ବାଚିତ କରାଯାଇଥିଲା |

Omkar Vasthu
Omkar Vasthu

 

ସଭାପତି ଭାବେ ଆନନ୍ଦ ତାଡିଙ୍ଗି,କାର୍ଯ୍ୟକାରୀ ସଭାପତି ରୂପେ ଲେଫ୍ଟନାଣ୍ଟ ଉଦୟ ନାଏକ,ସାଧାରଣ ସମ୍ପାଦକ ଅବତାର ଶବର,ସହ ସାଧାରଣ ସମ୍ପାଦିକା ଶ୍ରୀମତୀ ପ୍ରଣତି ହିମିରିକା, ସାଙ୍ଗଠନିକ ସମ୍ପାଦକ ନିରଞ୍ଜନ ନାଏକ ନିର୍ବାଚିତ ହୋଇଥିବା ବେଳେ ନିଯୁକ୍ତି ସମ୍ପାଦକ ଭାବେ ବିଶ୍ୱରଂଜନ ସାମଲ,ସାଂସ୍କୃତିକ ସମ୍ପାଦକ ବିଶ୍ୱନାଥ ସାରାକା, ଆର୍ଥିକ ସମ୍ପାଦକ ଦେବେନ୍ଦ୍ର କୁମାର ହୀମିରିକା,ସହ ସମ୍ପାଦିକା( ସାଙ୍ଗଠନିକ, ନିଯୁକ୍ତ, ସାଂସ୍କୃତିକ)ସୁଶ୍ରୀ ସଂଯୁକ୍ତା ପେଦେଣ୍ଟି ନିର୍ବାଚିତ ହୋଇଥିଲେ | ଏହା ବ୍ୟତୀତ ରାୟଗଡା ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଦୁଇଜଣ ପ୍ରତିନିଧିଙ୍କୁ ନିର୍ବାଚିତ କରାଯାଇଥିବା ସହ ଦୁଇଟି ପୌର ସଂସ୍ଥା ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳରୁ ଜଣେ ଲେଖାଏଁ ସଦସ୍ୟ ନିର୍ବାଚିତ ହୋଇଥିଲେ l

Pearl dental clinic
Near Ashish Medical Store, Bhawanipatna


ଏହି ବୈଠକରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀମାନେ କେମିତି ନିଜର କର୍ମକ୍ଷେତ୍ରରେ ବିଭିନ୍ନ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହେଉଛନ୍ତି, କେମିତି ପାତର ଅନ୍ତରର ସମ୍ମୁଖୀନ ହେଉଛନ୍ତି, କେମିତି ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା l ଏହି ସବୁ ସମସ୍ୟାର ଆଶୁ ସମାଧାନ ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା | ଏହି ସଭା କାର୍ଯ୍ୟକୁ ରାଜ୍ୟ ସଂଯୋଜକ ବିସିକେଶନ ବାଗ ସୁପରିଚାଳନା କରିଥିଲେ | ନବ ନିର୍ବାଚିତ କର୍ମକର୍ତ୍ତା ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ନିଜର ମତ ଉପସ୍ଥାପନ କରିଥିଲେ l ଶେଷରେ ଦେମୂର୍ତ୍ତି ପାତିକା ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.