କଣ୍ଟାମାଳରୁ ୧୨ ଚୋରି ବାଇକ୍ ସହ ଅଭିଯୁକ୍ତ ଗିରଫ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ପୋଲିସକୁ ଏକ ବଡ ସଫଳତା ମିଳିଛି। ୧୨ ଟି ଚୋରି ବାଇକ ଜବତ ସହ ଏଥିରେ ସମ୍ପୃକ୍ତ ଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳର ଚିତ୍ତ ରଞ୍ଜନ ପାଣିଗ୍ରାହୀ (୪୭) ଓରଫ ବାବୁକୁ ଗିରଫ କରିଛି ସୋନପୁର ପୋଲିସ। ସୂଚନା ଅନୁସାରେ ବୀରମହାରାଜପୁର ଷଣ୍ଢା ଗ୍ରାମର ରାଜ କିଶୋର ଡାଙ୍ଗଙ୍କ ବାଇକ୍ (ଓ ଆର ୩୧- ୫୮୮୪) ଗତ ୮ ତାରିଖ ସୋନପୁର ଡେଲି ମାର୍କେଟରୁ ଚୋରି ହୋଇଯାଇଥିଲା। ଏ ସମ୍ପର୍କରେ ସେ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୋନପୁର ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଅଭିଯୁକ୍ତ ବାବୁକୁ ଗିରଫ କରିଥିଲା ସୋନପୁର ପୋଲିସ ଓ ତା ପାଖରୁ ୧୨ ଗୋଟି ଚୋରି ବାଇକ ଜବତ ହୋଇଥିବା ନେଇ ଅତିରିକ୍ତ ଏସପି ହେମନ୍ତ ପାଢ଼ୀ ସୋନପୁର ଥାନା ଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଚୋରି ବାଇକ ଗୁଡିକ ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, ବରଗଡ଼, ଅନୁଗୁଳ, ରାଉରକେଲା ଆଦି ଅଞ୍ଚଳରୁ ଚୋରି ହୋଇଥିବା ସୂଚନା ଦେଇଛନ୍ତି। ଅଭିଯୁକ୍ତ ବାଇକ ଚୋରି ସହ ଚୋରା ବାଇକ କିଣାବିକା କରୁଥିବା ନେଇ ପୋଲିସକୁ ସୂଚନା ଦେଇ ଥିବାବେଳେ ଏହି ବାଇକ ଚୋରି ରାକେଟରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ଏ ନେଇ ତଦନ୍ତ ଚାଲୁ ରହିଥିବା ନେଇ ଆଇଆଇସି ପଦ୍ମାସିନୀ ମେହେର ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.