ନର୍ଲା ଡ଼ିଗ୍ରୀ କଲେଜରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକମ: ଛାତ୍ରଛତ୍ରୀ ନଗର ପରିକ୍ରମା କରି ପ୍ଲାଷ୍ଟିକ ଓ ପଲିଥିନ ବର୍ଜନ ଉପରେ ଜନ ସଚେତନତା କଲେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଡ଼ିଗ୍ରୀ କଲେଜରେ ଅଧ୍ୟକ୍ଷ ନାରାୟଣ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ “ଯୁବ ଓଡିଶା ନବୀନ ଓଡିଶା” କାର୍ଯ୍ୟକମ ଗତ ୯/୧୨ ଶନିବାର ଠାରୁ ଆରମ୍ଭ ହୋଇଥିବା ବେଳେ ଅଧ୍ୟାପକ ମୃତ୍ୟୁଞ୍ଜୟ ଚାନ୍ଦ କାର୍ଯ୍ୟକମ ପରିଚାଳନା କରିଥିଲେ। ଅଧ୍ୟାପକ ସୁଶାନ୍ତ ସହୁଙ୍କ ନେତୃତ୍ଵରେ ଏବଂ ପିଇଟି କ୍ଷିତିଶ ଚନ୍ଦ୍ର ବଗର୍ତ୍ତିଙ୍କ ଦାୟିତ୍ୱରେ ଡ଼ିଗ୍ରୀ କଲେଜର ଛାତ୍ରଛତ୍ରୀମାନେ ଏକ ଭବ୍ୟ ଶୋଭାଯାତ୍ରାରେ ନର୍ଲା ନଗର ପରିକ୍ରମା କରି ପ୍ଲାଷ୍ଟିକ ଓ ପଲିଥିନ ବର୍ଜନ ଉପରେ ବିଭିନ୍ନ ନାରାଦେଇ ଜନ ସଚେତନତା ସୃଷ୍ଟି କରିଥିଲେ। କାର୍ଯ୍ୟକ୍ରମରେ ନର୍ଲା ସରପଞ୍ଚ ତନୁଜା ହରପାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।ଏଥିରେ ଅଧ୍ୟାପିକା ସଂଘମିତ୍ରା ପଣ୍ଡା, ପାର୍ବତୀ ଦାସ, ଅଧ୍ୟାପକ ରମେଶ ଚନ୍ଦ୍ର ଘଡେ଼ଇ, ଅଧ୍ୟାପିକା କୌଶଲ୍ୟା ଗଡବା, କର୍ମଚାରୀ ସନ୍ତୋଷ ନାଏକ, କିଶୋର ଚାନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ। ଏହାପରେ କଲେଜରେ ବିଭିନ୍ନ ଇଭେଣ୍ଟ ଉପରେ ଛାତ୍ରଛତ୍ରୀମାନଙ୍କୁ ନେଇ ପ୍ରତିଯୋଗୀତା ସବୁ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଆସନ୍ତା ୩୧ ଡିସେମ୍ବର ଯାଏଁ ଚାଲିବ ବୋଲି ସୂଚନା ମିଳିଛି। ଏଥିରେ ବିଭିନ୍ନ ପର୍ଯ୍ୟାୟରେ ୬ ଦିନ ବ୍ୟାପୀ ଖେଳ ବିଭାଗ ରେ ଫୁଟବଲ, ଭଲିବଲ୍, ଦୌଡ଼, ବେଡମିନ୍ତନ୍, ଲମ୍ବା ଡ଼ିଆଁ, ଉଚ୍ଚ ଡିଆଁ ପ୍ରଭୃତି ରହିଥିବା ବେଳେ ସାସ୍କୃତିକ କାର୍ଯ୍ୟକମ ଗୁଡିକ ମଧ୍ୟରେ ନାଚ, ଗୀତ, ଡ୍ରାମା, ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ ହେବ। ସାମାଜିକ କାର୍ଯ୍ୟକ୍ରଗୁଡ଼ିକ ମଧ୍ୟରେ ସ୍ବଚ୍ଛତା, ରାସ୍ତା ସଫେଇ, ଶିକ୍ଷା ସଚେତନତା, ସ୍ବାସ୍ଥ୍ୟ ସଚେତନତା, ନିଶା ନିବାରଣ ପ୍ରଭୃତି କାର୍ଯ୍ୟକ୍ରଗୁଡ଼ିକ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ ବୋଲି ଜଣା ପଡ଼ିଛି।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.