ବଡିବିଲ୍ଡିଂ ପ୍ରତିଯୋଗିତାର ୫ମ ସ୍ଥାନରେ କଲ୍ୟାଣ ବିଭାଗ ଶିକ୍ଷକ ରାମଚନ୍ଦ୍ର ସେନାପତି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଶିକ୍ଷକତା ସହ ବଡିବିଲ୍ଡିଂରେ ରୁଚି ଓ ପ୍ରକୃତି ପ୍ରେମୀ ଭାବେ ଜଣାଶୁଣା ଚେହେରା ହେଉଛନ୍ତି ରାୟଗଡାର ରାମଚନ୍ଦ୍ର ସେନାପତି। ସେ ରାୟଗଡା ଜିଲ୍ଳା କଲ୍ୟାଣ ବିଭାଗର ଜଣେ ଶିକ୍ଷକ। ରାୟଗଡା ସହରର ବିଜୁ ପଟ୍ଟନାୟକ ଅଡିଟୋରିୟମ୍ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ରାୟଗଡା କ୍ଳାସିକ ବଡିବିଲ୍ଡିଂ ପ୍ରତିଯୋଗିତାରେ ରାମଚନ୍ଦ୍ର ମାଷ୍ଟର୍ସ ବର୍ଗରେ (୪୦ବର୍ଷରୁ ଉର୍ଦ୍ଧ)୫ମ ସ୍ଥାନ ଅଧିକାର କରିଛନ୍ତି। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଳାରୁ ପ୍ରାୟ ୨୦୦ରୁ ଉର୍ଦ୍ଧ ପୁରୁଷ ଓ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିରେ ବିଚାରକ ଭାବେ କଳିଙ୍ଗ ବଡିବିଲ୍ଡିଂ ଆସୋସିଏସନ୍ ସଭାପତି ସନ୍ତୋଷ ମହାନ୍ତିଙ୍କ ସମେତ ଅମିତା ପରିଡା, ନିଶାନ୍ତ ବହିଦାର, ନୀଳକଣ୍ଠ ବାରିକ, ବାଳକୃଷ୍ଣ ବାଗ, ମନୋଜ ସ୍ୱାଇଁଙ୍କ ଭଳି ରାଜ୍ୟସ୍ତରୀୟ ୧୨ଜଣ ଖେଳାଳୀ ବିଚାରକ ଭାବେ ଯୋଗ ଦେଇ ବିଭିନ୍ନ ବର୍ଗର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ମୂଲ୍ୟାଙ୍କନ କରିଥିଲେ। ରାୟଗଡାର ଫିଟ୍‌ନେସ୍ ଜୋନ ଜିମ୍‌’ର କୋଚ ତଥା କଳିଙ୍ଗ ବଡି ବିିଲ୍ଡିଂ ଆସୋସିଏସନ୍‌’ର ରାଜ୍ୟ ଉପସଭାପତି ମନୋଜ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବଡିବିଲ୍ଡିଂ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ରାୟଗଡା ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝି ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଏଭଳି ପ୍ରତିଯୋଗିତା ଆୟୋଜନ କରି ଫଟ୍‌ନେସ୍ ଜୋନ ରାୟଗଡା ଅନେକ ଖେଳାଳୀ ସୃଷ୍ଟି କରିବା ସଂଙ୍ଗେ ସଙ୍ଗେ ସମସ୍ତେ କିପରି ନିଜକୁ ଫିଟ୍ ରଖିବେ ଓ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ମହିଳାଙ୍କ ଯୋଗଦାନଙ୍କୁ ମଧ୍ୟ ଶ୍ରୀମତି ମାଝି ପ୍ରଶଂସା କରିଥିଲେ। ଭେଟରାନ୍ ଖେଳାଳୀ ଶିକ୍ଷକ ଶ୍ରୀ ସେନାପତି ଏଯାବତ୍ ୪୦ଟି ପ୍ରତିଯୋଗିତାରେ ଭାଗ ନେଇ ୩୦ରୁ ଉର୍ଦ୍ଧ ଥର ପୁରସ୍କୃତ ହୋଇ ଜିଲ୍ଳାକୁ ଗୈାରବାନ୍ନିତ କରିପାରିଛନ୍ତି। ପୂର୍ବରୁ ସେ ପଂଜାବ ଓ ମୁମ୍ବାଇ ଠାରେ ଅଲ ଇଣ୍ଡିଆ ୟୁନିଭରସିଟି ମଧ୍ୟ ଖେଳି ସାରିଛନ୍ତି। ଆସନ୍ତା ୨୦୨୪ ଜାନୁଆରୀରେ କଳାହାଣ୍ଡି ଠାରେ ହେବାକୁ ଥିବା ଜାତୀୟସ୍ତରୀୟ ଫେଡେରେସନ୍ କପରେ ତାଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ଶ୍ରୀ ସେନାପତି ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଜିମ୍ କୋଚ ଶ୍ରୀ ସ୍ୱାଇଁଙ୍କ ଠାରେ ସେ ନିଜକୁ ପ୍ରସ୍ତୁତ କରୁଛନ୍ତି। ପ୍ରକାଶ ଥାଉ କି, ପ୍ରକୃତିକୁ ଭଲପାଇବା ମଧ୍ୟ ତାଙ୍କର ରୁଚି ରହିଛି । ସେ ଗତ ୨୦୧୮ ମସିହାରେ ପ୍ରକୃତି ମିତ୍ର ଓ ଚଳିତ ବର୍ଷ ପ୍ରକୃତି ବନ୍ଧୁ ରୂପେ ପୁରସ୍କୃତ ହୋଇଛନ୍ତି। ରାୟଗଡାବାସୀଙ୍କ ଉତ୍ସାହ ପ୍ରଦାନ ତାଙ୍କୁ ଆଗକୁ ବଢିବା ପାଇଁ ପେରଣା ଯୋଗଇଥିବା ଶ୍ରୀ ସେନାପତି ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.