୧୬ତମ ଟାଇମପାସ୍‍ ବୁକର ପୁରସ୍କାର ପାଇବେ ମହାଶ୍ବେତା ସାହୁ

● ଚାରିଟି ବିଭାଗରେ ଚାରିଜଣଙ୍କୁ ବେଷ୍ଟସେଲର୍‍ ପୁରସ୍କାର

● ସରଳ କୁମାର ଦାସଙ୍କୁ ବହିବନ୍ଧୁ ସମ୍ମାନ

● କୃଷ୍ଣ କୁମାର ମହାନ୍ତିଙ୍କୁ ‘ରୁବି ରାଏ’ ପାଇଁ ବେଷ୍ଟ୍ ସେଲର୍ ପୁରସ୍କାର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ଯୁବ କଥାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ୧୬ ବର୍ଷ ଧରି ପ୍ରଦାନ କରାଯାଇ ଆସୁଥିବା ‘ଟାଇମପାସ୍‍ ବୁକର ପୁରସ୍କାର’ ଚଳିତବର୍ଷ ଗାଳ୍ପିକା ମହାଶ୍ବେତା ସାହୁଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘ଅକ୍ଟୋପସ୍‍ର ଆତ୍ମା’ ପାଇଁ ପ୍ରଦାନ କରାଯିବ। ୪୫ ବର୍ଷ ବୟସ ସୀମାର ଓଡ଼ିଆ କଥାକାରଙ୍କୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ଚଳିତ ଡିସେମ୍ବର ମାସରେ ଆୟୋଜିତ ଏକ ଭବ୍ୟ ସାହିତ୍ୟ ଉତ୍ସବରେ ପ୍ରଦାନ କରାଯିବା ସହ ପୁରସ୍କୃତ ପାଣ୍ଡୁଲିପିଟି ପୁସ୍ତକାକାରରେ ଲୋକାର୍ପିତ ହେବ।

Omkar Vasthu
Omkar Vasthu

ଏଥିସହିତ ପାଠକମାନଙ୍କ ଦ୍ୱାରା ସର୍ବାଧିକ ଆଦୃତ ପୁସ୍ତକକୁ ପ୍ରଦାନ କରାଯାଉଥିବା ‘ଟାଇମପାସ୍‍ ବେଷ୍ଟସେଲର ପୁରସ୍କାର’ ପାଇଁ ଚଳିତ ବର୍ଷ ଫିଚର ବିଭାଗରେ କ୍ଷୀରୋଦ ପରିଡ଼ାଙ୍କ ‘ନୋବେଲ ବିଜୟୀ କଥାକାରଙ୍କ ଆତ୍ମକଥନ’, ଗଳ୍ପ ବିଭାଗରେ ବିୟତ୍‍ପ୍ରଜ୍ଞା ତ୍ରିପାଠୀଙ୍କ ‘ଶ୍ରେଷ୍ଠ ଗଳ୍ପ’, କବିତା ବିଭାଗରେ କୃଷ୍ଣକୁମାର ମହାନ୍ତିଙ୍କ ‘ରୁବି ରାୟ’ ଏବଂ ଉପନ୍ୟାସରେ ଦେବବ୍ରତ ଦାସଙ୍କ ‘ଠ’ ପୁସ୍ତକ ଯୋଗ୍ୟ ବିବେଚିତ ହୋଇଛି। ଓଡ଼ିଆ ପୁସ୍ତକ ତଥା ସାହିତ୍ୟର ପ୍ରଚାରପ୍ରସାର ପାଇଁ ନିସ୍ଵାର୍ଥ ଭାବେ କାର୍ଯ୍ୟ କରୁଥିବା ସରଳ କୁମାର ଦାସଙ୍କୁ ଚଳିତ ବର୍ଷର ‘ଟାଇମପାସ୍‍ ବହିବନ୍ଧୁ ସମ୍ମାନ’ ପ୍ରଦାନ କରାଯିବାକୁ ସ୍ଥିର ହୋଇଛି।

Pearl dental clinic
Near Ashish Medical Store, Bhawanipatna

ଡିସେମ୍ବର ୨୪ ତାରିଖରେ ଟାଇମପାସ ଦ୍ୱାରା ଆୟୋଜିତ ଚତୁର୍ଥ ‘ଉତ୍‍ସାହିତ୍ୟ’ ଉତ୍ସବରେ ପ୍ରତିଭାମାନଙ୍କୁ ପୁରସ୍କୃତ କରାଯିବ। ଦିବସବ୍ୟାପି ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବଙ୍ଗଳା ଲେଖକ ଜୟନ୍ତ ଦେଙ୍କ ସମେତ ଓଡ଼ିଶାର ବହୁ ଲବ୍ଧପ୍ରତିଷ୍ଠ ଓ ତରୁଣ ଲେଖକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସାହିତ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ମତମତାନ୍ତର, କବିତା କ୍ୟାଟ୍‍ୱାକ୍‍, ଗୀତ-ସଙ୍ଗୀତର କକ୍‍ଟେଲ୍‍, ଚଳଚ୍ଚିତ୍ର ପର୍ଦ୍ଦାୟନ, ଲେଖକଙ୍କ ସହ ଗପସପ, ଛବି ଓ କବିତାର ଯୁଗଳବନ୍ଦୀ, ପୁସ୍ତକ ଲୋକାର୍ପଣ, ସାକ୍ଷାତକାର, ପ୍ରଶ୍ନୋତ୍ତର ଆଦିର କାର୍ଯ୍ୟକ୍ରମ ରହିବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବଳ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.