ନର୍ଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଶିଖିଲେ ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଛି ନୂଆ ଓ “ଯୁବ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକମ। ମଙ୍ଗଳବାର କାର୍ଯ୍ୟକ୍ରମର ତୃତୀୟ ଦିନରେ ଦିନରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଷୟରେ ଶିକ୍ଷାଲାଭ କରିଥିଲେ ଛାତ୍ରଛାତ୍ରୀ। ନର୍ଲା ଅଗ୍ନିଶମ ବିଭାଗର ପ୍ରଶିକ୍ଷକ ମାନେ ଆସି ପ୍ରାକୃତିକ ବନ୍ୟା , ବାତ୍ୟା ଘରପୋଡି ସମୟରେ ବନ୍ୟା ବିପନ୍ନ, ଜଳ ବନ୍ଦୀଙ୍କୁ କିଭଳି ଉଦ୍ଧାର କରାଯାଇପାରିବ। ବାତ୍ୟା ସମୟରେ କିଭଳି ଏହାର ମୁକାବିଲା କରାଯାଇ ପାରିବ ସେ ବିଷୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ ସହ ହାଇସ୍କୁଲ ପଡ଼ିଆରେ ଏହାର ଡେମୋ ଦେଖାଇଥିଲେ ନର୍ଲା ଅଗ୍ନିଶମ ବିଭାଗ। ବନ୍ୟା ସମୟରେ ଜଳ ବନ୍ଦୀଙ୍କୁ ଓଡ୍ରାଫ୍ଟ ଟିମ୍ ସହାୟତାରେ କିଭଳି ଉଦ୍ଧାର କାର୍ଯ୍ୟ କରାଯାଇଥାଏ ଓ ସେମାନଙ୍କୁ ଛାତ୍ରଛାତ୍ରୀ ମାନେ କିଭଳି ସାହାଯ୍ୟ କରିବେ ସେ ବିଷୟରେ ଶିକ୍ଷାପ୍ରଦାନ କରିଥିଲେ। ନର୍ଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁମନ୍ତ ପୂଝାରୀଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ଅଧ୍ୟାପକ ସନ୍ତୋଷ ବୁଦ୍ଧିଆ, ରାଜନୀତି ବିଜ୍ଞାନ ଅଧ୍ୟାପକ ସୁରେଶ ନାଏକ, ଶମ୍ଭୂ ଜଡ଼ା, ଗୋପୀନାଥ ଥାପା, ଆନନ୍ଦ ଚାନ୍ଦ୍ ପ୍ରମୁଖ ଏଥିରେ ସହଯୋଗ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ସରପଞ୍ଚ ତନୁଜା ହରପାଲ, ସମ୍ମାନୀତ ଅତିଥି ଭାବରେ ନର୍ଲା ସମିତି ସଦସ୍ୟ ସୁଦାମ ଝାଙ୍କର, ନର୍ଲା ଅଗ୍ନିଶମ ବିଭାଗର ଇନ୍ସପେକ୍ଟର ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ସନ୍ତୋଷ ବୁଦ୍ଧିଆ ଧନ୍ୟବାଦ ଅର୍ପଣ କରଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.