୧୨ତମ ଜେକେବି ଟୁର୍ନାମେଣ୍ଟ ଉଦଯାପିତ: ପଲସାଗୁଡା ବିଜେତା, ସାଲିହା ଉପ ବିଜେତା

ଓଡ଼ିଆ ବାର୍ତ୍ତା/ ନୂଆପଡା (ରାହୁଲ ବାଗ): ନୂଆପଡା ସହର ପଲସଗୁଡା ପଡିଆଠାରେ ବୁଧବାର ୧୨ତମ ଜେକେବି ଡ଼ ନେନସିଂ ମାଝୀ ମେମୋରିଆଲ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ ଉଦଯାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଳିଆ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସରୋଜ ସାହୁ, ଯୁବ ବିଜେଡି ଜିଲ୍ଲା ସଭାପତି ହରିଶ ଚନ୍ଦ୍ର ପଣ୍ଡା, କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟ ଭରତ ଲାଲ ରାଉତ, ସାଂସଦ ପ୍ରତିନିଧି ହୋମ ସିଂ ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଖାମ ସିଂ ମାଝୀ, ପାଲସାଗୁଡା ପାର୍ଷଦ ବିମଲ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଞ୍ଚାସିନ ଥିଲେ। ଏହି ଟୁର୍ନାମେଣ୍ଟ ଚଳିତ ମାସ ୯ ତାରିଖରୁ ଆରମ୍ଭ ହୋଇଥିଲା ଏବଂ ଏଥିରେ ସର୍ବମୋଟ ୨୦ ଟି ଦଳ ଅଂଶ ଗ୍ରହଣ କରିଥିଲେ। ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚରେ ସାଲିହା ଦଳକୁ ହରାଇ ପଲସାଗୁଡା ଦଳ ବିଜେତା ହୋଇ ନଗଦ ୧୦ ହଜାର ଟଙ୍କା ଓ ଟ୍ରଫି ପୁରସ୍କୃତ ହୋଇଥିଲା । ସେହିପରି ଭାବେ ଉପ ବିଜେତା ସାଲିହା ଦଳକୁ ନଗଦ ୬ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ପ୍ରଥମେ ପଲସାଗୁଡା ନିର୍ଦ୍ଧାରିତ ୮ ଓଭରରେ ୪ ୱଇକେଟ ହରାଇ ୧୦୪ ରନର ଟାର୍ଗେଟ ଦେଇଥିଲା ସାଲିହା ଦଳକୁ। ଜବାବରେ ସାଲିହା ଦଳ ୮୭ ରନ କରି ଅଲଆଉଟ ହୋଇଯାଇଥିଲା। ରେଲୱେ ବଏଜ ପାଲସାଗୁଡା କ୍ଳବ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟରେ ତୋଶ ସାହୁ, ଆବିଦ ହିଂଗୋରା, ପ୍ରେମ ଲାଲ ମାଝୀ, ପ୍ରମୁଖ ବିଶେଷ ଭାବେ ସହଯୋଗ କରିଥିଲେ। ଟୁର୍ନାମେଣ୍ଟରେ ହେମକୁମାର ସାହୁ ଓ ମୋହନ ଭୋଇ କମେଣ୍ଟ୍ରି କରୁଥିବା ବେଳେ ସ୍କୋରର ଭାବେ ଦେବଧର ବଂଛୋର ଦାଇତ୍ୱ ତୁଲାଇ ଥିଲେ। ରବୀନ୍ଦ୍ର ସିନ୍ଦୁର ଓ ହୃଷିକେଶ ଚନ୍ଦନ ଅମ୍ପେୟାର ଦାଇତ୍ୱ ତୁଲାଇ ଥିଲେ। ଆୟୋଜକ କମିଟିର ଲିଟୁ ଟୁଡୁ, ସଂଜୀବ ନାଗ, ଓମ ନିଆଲ, ଈଶାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.