ନୂଆପଡାରେ ଓବିସି ଜନଜାଗରଣ ଯାତ୍ରା ରଥ

ଓଡ଼ିଆ ବାର୍ତ୍ତା/ ନୂଆପଡା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ମିନି ଷ୍ଟାଡିଅମ ଠାରେ ଓବିସି ଜନସାଧାରଣ ଯାତ୍ରା ରଥକୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ନୂଆପଡା ଓବିସି ମଞ୍ଚ ଜିଲ୍ଲା ସଂଯୋଜକ ଭରତଲାଲ ରାଉତଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାରେ ରାଜ୍ୟ ଓବିସି ମଞ୍ଚ ସଭାପତି ଶଙ୍କର ପାତ୍ର, ମୁଖ୍ୟ ପ୍ରଵକ୍ତା ବିରଞ୍ଚି ସାହୁ, କୋଷାଧକ୍ଷ ପରଦେଶୀ ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ରଥ ଟି ଚଳିତ ମାସ ୧୧ ତାରିଖରୁ ନୂଆପଡା ଜିଲ୍ଲାର ସିନାପାଲି, ବୋଡେ଼ନ, ଖଡ଼ିଆଳ, କୋମନା, ଉଦ୍ୟାନବନ୍ଧ, ତରବୋଡ଼ ଓ ଶେଷରେ ଆଜି ନୂଆପଡାରେ ପହଂଚିଛି। ଓବିସି ବର୍ଗର ପ୍ରମୁଖ ୧୩ଟି ଆଭିମୁଖ୍ୟ ରଖି ଏହି ରଥ ସମଗ୍ର ରାଜ୍ୟରେ ପରିକ୍ରମା କରୁଛି। ସଶକ୍ତିକରଣ ପାଇଁ ଜାତି ଜନଗଣନା, ଏସସିବିସିଠୁ ଅଲଗା କରି ଓବିସି ଆରକ୍ଷଣ ସୁନିଶ୍ଚିତ କରିବା, ଓବିସି ପ୍ରମାଣ ପତ୍ରକୁ ସ୍ଥାୟୀ କରିବା, ଶତକଡା ୫୨ ଭାଗ ଓବିସିଙ୍କ ଆରକ୍ଷଣ ଲାଗୁ କରିବା, ସ୍ୱତନ୍ତ୍ର ଶିକ୍ଷା ବୃତ୍ତି ଲାଗୁ କରିବା, ବିଶ୍ୱବିଦ୍ୟାଳୟରେ ମାଗଣା ବ୍ୟବସ୍ଥା କରିବା, ଚାକିରୀ କ୍ଷେତ୍ରରେ ଓବିସିଙ୍କୁ ସମାନୁପାତିକ ସରଂକ୍ଷଣ ଲାଗୁ କରିବା ଭଳି ଆହୁରି ଅନେକ ଦାବୀ ପାଇଁ ଓବିସି ବର୍ଗର ଲୋକ ଙ୍କୁ ସଚେତନ କରାଇବା ହିଁ ଏଥିର ମୂଳ ଲକ୍ଷ ଅଟେ। ଟେକରାମ ସାହୁ, ବିମଲ ସାହୁ, ଦେବେନ ଚନ୍ଦ୍ରକାର, ମନୁ ଚନ୍ଦ୍ରକାର, ମନୁ ଯାଦବ, କୁଞ୍ଜ ବାଗ, ଅସିତ ପୁଞ୍ଜି ପ୍ରମୁଖ ଏହି ସଭାରେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.