ସେଞ୍ଚୁରିଅନରେ ଇସ୍କନ ପକ୍ଷରୁ ପାସୱାର୍ଡ ଫୋର୍ ହେପିନେଶ୍ କାର୍ଯ୍ୟକ୍ରମ ଅନଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ): ରାୟଗଡା ସହର ଉପକଣ୍ଠ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ପରିସରରେ ଇସ୍କନ ପକ୍ଷରୁ ପାସୱାର୍ଡ ଫୋର୍ ହେପିନେଶ୍ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ଆସିଥିବା ଇସ୍କନ ସଦସ୍ୟ ମାନେ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନରତ ଫାର୍ମାସୀ ଛାତ୍ରଛାତ୍ରୀଙ୍କୁ ଜୀବନରେ ସୁଖରେ ପାଇଁ କଣ କରିବେ ସେ ସମ୍ପର୍କରେ ଶ୍ରୀମଦ ଭାଗବତ ଗୀତାରେ ଉଲ୍ଲେଖଥିବା କିଛି ଆଧ୍ୟାତ୍ମିକ ଜ୍ଞାନ ପ୍ରଦାନ କରିଥଲେ। ସେହିପରି ଜୀବନରେ ସର୍ବଦା ସୁବିଚାର ରଖି ସଠିକ୍ ମାର୍ଗରେ ଅଗ୍ରସର ହଲେ ସଫଳତାର ଶୀର୍ଷରେ ପହଁଚି ହେବ ବୋଲି ମତବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଇସ୍କନ ସଦସ୍ୟ ସାଚିଦ୍ୱାଳା ଗୌରାହରି ଦାସ, ଆମରିତେଶ ଗୌର ଦାସ, ପାର୍ଥସାରଥୀ କର, ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ର ପରୀକ୍ଷା ଡିନ୍ ଡ଼ା. ସଂଗ୍ରାମ କେଶରୀ ସ୍ବାଇଁ ଓ ରାୟଗଡ଼ା ଶାଖା ନିର୍ଦ୍ଦେଶକ ଡ଼ା. ରାଜେଶ କୁମାର ପାଢ଼ୀ ମଞ୍ଚାସିନ ଥିବା ବେଳେ ଫାର୍ମାସୀ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.