ଚଇତି ସମ୍ମାନ-୨୦୨୩ ପ୍ରଦାନ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗଉଡ): ରାୟଗଡା ଜିଲ୍ଲା ଲୋକ ମହୋତ୍ସବ ଚଇତି -୨୦୨୩ ଆସନ୍ତା ୨୬ ଡିସେମ୍ବରରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ୫ଦିନ ଧରି ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ମହାସମାରୋହରେ ଅନୁଷ୍ଠିତ ହେବ l ଏହି ମହୋତ୍ସବରେ ଦୈନିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ କିଛି ପ୍ରତିଭାମାନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା ପାଇଁ ସ୍ଥିର କରାଯାଇଛି l ବିଶେଷ କରି କୃଷି, ଉଦ୍ୟାନ, ପ୍ରlଣିପାଳନ, ମତ୍ସ୍ୟ ଚାଷ, ସମାଜ ସେବା, ସାହିତ୍ୟ, ସଂସ୍କୃତି, କଳା, କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଚଇତି ମଞ୍ଚରେ ସମ୍ମାନିତ କରାଯିବl ପାଇଁ ସ୍ଥିର କରାଯାଇଛି l ଏଥି ନିମନ୍ତେ ବିଭିନ୍ନ ବିଭାଗ, ଅନୁଷ୍ଠାନ, ବ୍ୟକ୍ତି ବିଶେଷଙ୍କ ଠାରୁ ସୁପାରିଶ ପାଇଁ ନିବେଦନ କରାଯାଉଛି l ଆସନ୍ତା ୨୦ ଡିସେମ୍ବର ସୁଦ୍ଧା ଯଥେଷ୍ଟ ପ୍ରମାଣ ସହ ସୁପାରିଶ ପତ୍ର ବ୍ୟକ୍ତିଗତ କିମ୍ବା ଅନୁଷ୍ଠାନ ମାଧ୍ୟମରେ ଜିଲ୍ଲା ସଂସ୍କୃତି ଅଧିକାରଙ୍କ ନିକଟରେ ଦାଖଲ କରିପାରିବେ l ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଜିଲ୍ଲାପରିଷଦ ନରେନ୍ଦ୍ର ନାୟକ, ଶିକ୍ଷାବିତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି,ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ହାଡ଼ିବନ୍ଧୁ ଭୋଇ, ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ୍l ଡ଼ଃ ବବିଲତା ସରାଫ,ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଦୟାନିଧି ରାଉତ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଆଦି ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.