ରାଜ୍ୟପାଳଙ୍କ ଉଦେଶ୍ୟରେ ଭାରତୀୟ ଜନତାପାର୍ଟି ପକ୍ଷରୁ ରାଜସ୍ବ ନିରୀକ୍ଷକଙ୍କୁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ଜୋନ ଭାରତୀୟ ଜନତା ପାର୍ଟି ପକ୍ଷରୁ ଶୁକ୍ରବାର ରାଜ୍ୟପାଳଙ୍କ ଉଦେଶ୍ୟରେ ବିଭିନ୍ନ ଦାବୀ ନେଇ ଡହଗାଁ ରାଜସ୍ବ ନିରୀକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମଣ୍ଡଳ ସଭାପତି ସ୍ୱୟମ୍ବର ନାଗଙ୍କ ନେତୃତ୍ୱ ଳରେ ଏକ ପ୍ରତିନିଧି ଦଳ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ପ୍ରଦାନ ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଦାବିଗୁଡିକ ମଧ୍ୟରେ ଅଞ୍ଚଳ ଳର ମଦ କୋଠି ଓ ଭାଟି ଉଛେଦ, ଧାନ ମଣ୍ଡି ମାନଙ୍କରେ କଟନୀ ଛଟନୀ ଓ ବୋନସ ପ୍ରଦାନ, ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷୟ କ୍ଷତି ଆକଳନ, ଟାଟା ପାୱାର ଯୋଗୁଁ ଅତ୍ୟଧିକ ଇଲେକ୍ଟ୍ରି ବିଲର ମିଟର ଟେଷ୍ଟରିଙ୍ଗର ସିବିଆଇ ତଦନ୍ତ, ବାର୍ଦ୍ଧକ୍ୟ ଭତ୍ତା ୧୫୦୦ କୁ ବୃଦ୍ଧି, ରାସନ କାର୍ଡରୁ ବାଦ ପଡ଼ିଥିବା ହିତାଧିକାରୀ ଓ ସଦସ୍ୟଙ୍କୁ ପୁନଃ ସଂଯୋଗ କରିବା ଭଳି ଦାବୀ ଉପସ୍ଥାପନା କରିଥିଲେ। କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ ସଭା ସମୟରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, କଳାହାଣ୍ଡି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି କେଶରୀ ଦୁର୍ଗା, ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଜନାର୍ଦନ ପଣ୍ଡା, କଳାହାଣ୍ଡି ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, କଳାହାଣ୍ଡି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ପଟ୍ଟଯୋଶୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କୁନ୍ତୀ ପାଳ, ମୋଟେର ଜୋନ ପୂର୍ବତନ ଜିଲ୍ଲା ପରିଷଦ ଆମୋଜ କୁମାର ପଣ୍ଡା, ମୋଟେର ଜୋନ ଯୁବମୋର୍ଚ୍ଚା ସଭାପତି ଭୂପେନ୍ଦ୍ର ଗୋପାଳ ମୋଟେର ଜୋନ କୃଷକ ମୋର୍ଚ୍ଚା ସଭାପତି ପୁରୁଷୋତ୍ତମ ରାଜପୁତ ମହିଳା ନେତ୍ରୀ ଉଜ୍ଜଳା କେତକୀ, ରୁକ୍ମଣୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିବାଦ ସଭାକୁ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଜିତ ସିଂ ରାଜପୁତ ପରିଚାଳନା କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.