ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସାମାଜିକ ସଚେତନତା ଆରମ୍ଭ

କନ୍ୟା ହେଲେ ଶିକ୍ଷିତା ହେବ ସେ ଜଗତ ଜିତା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବେହେରା ଠାରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି। ଏହି କ୍ରମରେ କନ୍ୟାଶିକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ ବେହେରା ଗ୍ରାମ ସ୍ଥିତ ଦୁର୍ଗା ମଣ୍ଡପ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। କଲେଜଠାରୁ ଏକ ଶୋଭାଯାତ୍ରା ସଚେତନତା ସୃଷ୍ଟି ପାଇଁ ବାହାରି ବେହେରା ଗ୍ରାମ ପରିକ୍ରମା କରି ସାରିଲା ପରେ  କନ୍ୟାଶିକ୍ଷା ସଚେତନତା ଉପରେ ଦୁଇଗୋଟି ନୃତ୍ୟ ନାଟିକା ଛାତ୍ରଛାତ୍ରୀ ମାନେ ପରିବେଷଣ କରିଥିଲେ। ଏହି ନୃତ୍ୟ ନାଟିକାର ବାର୍ତ୍ତା ଥିଲା ଶିକ୍ଷିତା ନାରୀ ହିଁ ଦେଶ ଦୁନିଆ ବିଷୟରେ ଜାଣିଥାଏ, ସରକାର ଓ ଶାସନ ବିଷୟରେ ଜାଣିଥାଏ, ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ଉପରେ ଜାଣିଥାଏ, ଶିକ୍ଷିତା ନାରୀ ଦେଶ ପ୍ରଗତିରେ ସହାୟକ ହୋଇଥାଏ। ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ଦନ୍ତେଶ୍ବରୀ ଉଚ୍ଚ ବିଦ୍ୟାଳୟର ପ୍ରାଧନ ଶିକ୍ଷକ ରୂପେନ୍ଦ୍ର ବାଣୁଆ ମୂଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ବଳରାମ ପୁଝାରୀ, ସୋମନାଥ ବିଷି, ତପୁ ନାଏକ, ଶୁକ୍ଲୁ ପଟେଲ, ମଂଗଳୁ ନାଏକ ମଞ୍ଚାସୀନ ଥିଲେ। ନୋଡାଲ ଅଫିସର ଅଧ୍ୟାପକ ରଂଜନ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଅକ୍ଷୟ ପଟ୍ଟନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ସାମାଜିକ ସଚେତନତା କାର୍ଯ୍ୟକ୍ରମର ନୋଡାଲ ଅଫିସର ମୋହନ ଚରଣ ବିଷି କାର୍ଯ୍ୟକ୍ରମର ପରିଚାଳନା କରିଥିବାବେଳେ ଅଧ୍ୟାପକ ନିକୁଞ୍ଜ ବିହାରୀ ସାହୁ, ସୁରେନ୍ଦ୍ର ସାହୁ, ଫକୀର ଚଣ୍ଡି ତଥା ଯୁବରେଡକ୍ରସ ସ୍ବେଚ୍ଛାସେବୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.