ଖରିପ ଧାନ ସଂଗ୍ରହ ପାଇଁ ପଣ୍ଡିଗାଁ ଧାନମଣ୍ଡି ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନି): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର କୃଷି ସମବାୟ ସମିତି ଅଧିନସ୍ଥ ପଣ୍ଡିଗାଁ ଧାନମଣ୍ଡି କୁ ଖରିପ ଋତୁ ଧାନ ସଂଗ୍ରହ ପାଇଁ ମଣ୍ଡି ଉଦଘାଟିତ ହୋଇଯାଇଛି। ମଣ୍ଡି ପରିଚାଳନା କମିଟିର ସଦସ୍ୟ ଏବଂ ଚାଷୀମାନଙ୍କ ଉପସ୍ଥିତିରେ ସମବାୟ ସମିତିର ସଭାପତି ଶଙ୍କର୍ଷଣ ବେହେରା ଓଜନ ମେସିନ, ଆଦ୍ରତା ମେସିନ, ଧାନବସ୍ତା ଇତ୍ୟାଦିକୁ ପ୍ରଥମେ ପୂଜା କରି ଶୁଭ ଉଦଘାଟନ କରିଥିଲେ ଓ ପଣ୍ଡିଗାଁ ଧାନମଣ୍ଡିକୁ ସୁଚାରୁ ରୁପେ ପରିଚାଳିତ କରିବା ପାଇଁ ସମବାୟ ସମିତିର କର୍ମକର୍ତ୍ତା ତଥା ମିଲର୍ଷ ପ୍ରତିନିଧି ମାନଙ୍କୁ ଚାଷୀ ସେମିତି ହଇରାଣ ନ ହେବେ ସେଥିପ୍ରତି ଦୃଷ୍ଟିଦେବା ନିମନ୍ତେ ଅନୁରୋଧ କରିଥିଲେ। ପରେ ଉପସ୍ଥିତ ଚାଷୀମାନଙ୍କୁ କୃଷି ସମବାୟ ସମିତିର ସମ୍ପାଦକ କ୍ଷେତ୍ର ମୋହନ ବାଗ ଧାନକୁ ଠିକ୍ ଭାବରେ ଶୁଖାଇ ଧାନବିକ୍ରୟ ପାଇଁ ମଣ୍ଡିକୁ ଆଣିବାପାଇଁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ଟୋକନର ଅବଧି ଏକ ମାସ ଥିବାରୁ ଟୋକନ୍ ଉଡ଼ିବା ଭୟ ନାହିଁ ବୋଲି କହିଥିଲେ। ଉକ୍ତ ମଣ୍ଡି ଉଦ୍ଘାଟନ କାର୍ଯ୍ୟକ୍ରମରେ କଲମପୁର ସମବାୟ ସମିତିର ସଭାପତି ଶଙ୍କର୍ଷଣ ବେହେରା, ସମ୍ପାଦକ କ୍ଷେତ୍ର ମୋହନ ବାଗ, ପୂର୍ବତନ ଅଧ୍ୟକ୍ଷ ବିପିନ ବିହାରୀ ପ୍ରଧାନି ଓ ମହେନ୍ଦ୍ର ନାଥ ସାହୁ, ମୁଖିଗୁଡ଼ା ନିୟନ୍ତ୍ରଣ ବଜାର କମିଟିର କର୍ମଚାରୀ, ମିଲର୍ସ ପ୍ରତିନିଧି ଶିବାଶିଷ ବେହେରା, ପିଣ୍ଟୁ ଜେନ୍, ଚାଷୀ ଅଭିମନ୍ୟୁ ବାଗ, ରାହାସ ରାଉତ, ଦୁଷ୍ମନ୍ତ ପଣ୍ଡା, ଭବାନୀ ବେହେରା, ସୁଧୀର ରାଉତ, ପ୍ରଭାସ ବାଗ, ପବନ ମାଝୀ, ହର ପ୍ରସାଦ ହଂସ, ବସନ୍ତ ପୂଝାରୀ, ବିଜୟ ପ୍ରଧାନ, ବନବିହାରୀ ବାଗ, ତପନ କୁମାର ବେହେରା, କୁଷ୍ଣ ବାଗ ପ୍ରମୁଖ ତଥା ପଣ୍ଡିଗାଁ ଗ୍ରାମ ପଞ୍ଚାୟତର ଅନେକ ଚାଷୀ ଉପସ୍ଥିତ ରହିଥିଲେ। ଆଜି ପ୍ରଥମ ଦିନରେ ୪ ଜଣ ଚାଷୀଙ୍କ ୨୫୭.୬୦ କ୍ଵିଣ୍ଟାଲ ଧାନର ମାନ ନିର୍ଦ୍ଧାରଣ କରି ଧାନକ୍ରୟ କରାଯାଇଛି ଓ ୫୭୬.୪୦ କ୍ଵିଣ୍ଟାଲ ଧାନ ବର୍ତ୍ତମାନ ମଣ୍ଡିରେ ଷ୍ଟକ ରହିଛି ବୋଲି ସୂଚନା ଦେଇଥିଲେ ସଂପାଦକ କ୍ଷେତ୍ର ମୋହନ ବାଗ। ଚଳିତ ବର୍ଷ ଏହି ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ୫୬୮ ଜଣ ଚାଷୀ ନାମ ପଞ୍ଜିକରଣ କରିଛନ୍ତି।ପ୍ରାଥମିକ ପର୍ଯ୍ୟାୟରେ ଏହି ମଣ୍ଡିରୁ ୬ଜଣ ମିଲାର୍ସଙ୍କୁ ୩୫ ହଜାର ୪୦୦ କ୍ଵିଣ୍ଟାଲ ଧାନ ଉଠାଇବା ପାଇଁ ଟାର୍ଗେଟ ଦିଆଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.