କୃଷକଙ୍କୁ ଏକାଠି କରି ପାରିଛି ରାୟଗଡାର ଜିଲ୍ଳା କୃଷି ମହୋତ୍ସବ ଓ ଯନ୍ତ୍ରପାତି ମେଳା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାର ସମସ୍ତ ଚାଷୀ ଭାଇଭଉଣୀଙ୍କୁ, କୃଷି ବିଶେଷଜ୍ଞ ଓ କୃଷି ଶିଳ୍ପଦ୍ୟୋଗୀଙ୍କୁ ଏକାଠି କରିପାରିଛି ଜିଲ୍ଳାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା। ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ରାୟଗଡା ଆନୁକୂଲ୍ୟରେ ସ୍ଥାନୀୟ ଜିସିିଡି ହାଇସ୍କୁଲ ପଡିଆ ଠାରେ ଆଜି ଠାରୁ ଆସନ୍ତା ଡିସେମ୍ବର ୨୦ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଜିଲ୍ଳାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ଆୟୋଜିତ ହୋଇଯାଇଛି। ଏହି ମେଳାରେ ଜିଲ୍ଳାର ଚାଷୀମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାରର କୃଷି ଯନ୍ତ୍ରପାତି/ଉପକରଣ ସରକାରୀ ରିହାତି ମୂଲ୍ୟରେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଜିଲ୍ଳା ମୁଖ୍ୟ କୃଷି ଉନ୍ନୟନ ଅଧିକାରୀ ମନୋଜ କୁମାର ପ୍ରଧାନଙ୍କ ପୈାରହିତ୍ୟରେ ଆୟୋଜିତ ଉଦଘାଟନ କାଯ୍ୟକ୍ରମରେ ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ମେଳାର ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର କୁମାର ଦାସ,ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝି, ଉପାଧ୍ୟକ୍ଷ ବନମାଳୀ କାଡ୍ରକା, ଆମ ଓଡିଶା ନବୀନ ଓଡିଶା ଜିଲ୍ଳା ସଂଯୋଜକ ପି.ଗୈାରୀ ଶଙ୍କର ରାଓ, କୋଲନରା ବ୍ଳକ ଅଧ୍ୟକ୍ଷା ସଂଯୁକ୍ତା କୁଲେସିକା, ଜିଲ୍ଳା ପରିଷଦ ସଭ୍ୟା ପଦ୍ମନୀ ମାଣ୍ଡାଙ୍ଗି,ସରପଂଚ ମାଧବରାଓ କଣ୍ଡାଗରୀ, ଅତିରିକ୍ତ ଜିଲ୍ଳାପାଳ ଭାସ୍କର ରଇତ,ଜିଲ୍ଳା ଜଳ ବିଭାଜିକା ମିଶନ ଡଃ.ଦୟାନିଧି ବାଗ, ଜିଲ୍ଳା ମୁଖ୍ୟ ପ୍ରାଣୀ ସଂପଦ ଅଧିକାରୀ ଡାକ୍ତର ହାଡିବନ୍ଧୁ ଭୋଇଙ୍କ ସମେତ ଅନ୍ୟମାନେ ମଂଚାସୀନ ହୋଇଥିଲେ। ମେଳା ଆୟୋଜନର ମୂଳ ଆଭିମୁଖ୍ୟ ସଂପର୍କରେ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଥିବା ବେଳେ ସମସ୍ତ ଅତିଥିମାନେ କୃଷି ସମ୍ବନ୍ଧୀୟ ସମସ୍ତ ଦିଗ ଉପରେ ଆଲୋଚନା କରିଥିଲେ। ଚାଷୀର ବିକାଶ ଦେଶର ବିକାଶ ବୋଲି ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଥିଲେ। ଏହି ମେଳାରେ ରାମନାଗୁଡା ବ୍ଳକର ସଫଳ ଚାଷୀ ଚିତ୍ରସେନ ଶବର, ସୀମାଂଚଳ ଶବର,ବିଷମକଟକର ଚାଷୀ ରବିନ୍ଦ୍ର କାସକେରିକା, ମୁନିଗୁଡାର କୃଷ୍ଣଚନ୍ଦ୍ର କାଶି, କାଶିପୁରର ବେଲଧର ମାଝି ଓ କୋଲନରା ବ୍ଳକର ଚାଷୀ ମାଝି ପ୍ରସାଦ ରାଓଙ୍କୁ ସମ୍ମାନୀତ କରାଯାଇଥିଲା। ସେହିପରି ଚଳିତ ଥର ମହୋତ୍ସବରେ ୧୦୦ଗୋଟି ଷ୍ଟଲ ଖୋଲାଯାଇଥିବା ବେଳେ ଏଥିରେ ୪୦ଟି ଡିଲର ଅଂଶଗ୍ରହଣ କରି କୃଷି ଯନ୍ତ୍ରପାତି/ଉପକରଣ ବିକ୍ରି କରୁଛନ୍ତି। ୫ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କୃଷି ମହୋତ୍ସବର ପ୍ରତିଟି ସଂଧ୍ୟାରେ ସଚେତନତା ମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାକୁ ଥିବା ବେଳେ ଏହି କୃଷି ମହୋତ୍ସବରେ ବିଭାଗ ପକ୍ଷରୁ ୧୦କୋଟି ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଗତବର୍ଷ ମହୋତ୍ସବରେ ୯କୋଟି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ଏବଂ ୩କୋଟି ୫୭ଲକ୍ଷ ଟଙ୍କାର ଯନ୍ତ୍ରପାତି/ଉପକରଣ ବିକ୍ରି ହୋଇଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.