ଭାରତୀୟ ମହିଳା କ୍ରିକେଟ ଟିମର ଐତିହାସିକ ଟେଷ୍ଟ ବିଜୟ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରେ ଭାରତୀୟ ମହିଳା କ୍ରିକେଟ ଟିମ ଇତିହାସ ରଚିଛନ୍ତି । ଭାରତ ୩୪୭ ବୃହତ ବ୍ୟବଧାନରେ ଇଂଲଣ୍ଡକୁ ହରାଇ ରେକର୍ଡ କରିଛି । ଶ୍ରୀଲଙ୍କା ମହିଳା ଟିମ ୩୦୯ ରନରେ ପାକିସ୍ତାନକୁ ହରାଇ ଏହି ରେକର୍ଡ କରିଥିଲା । ଏହା ବ୍ୟତୀତ ପ୍ରଥମ ଥର ଘରୋଇ ମାଟିରେ ଇଂଲଣ୍ଡକୁ ପରାସ୍ତ କରିଛି । ପ୍ରଥମ ଇନିଂସରେ ୪୨୮ ରନ କରିବା ପରେ ଭାରତୀୟ ଟିମ ଇଂଲଣ୍ଡକୁ ୧୩୬ ରନରେ ଅଲଆଉଟ କରି ୨୯୨ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରି ନେଇଥିଲା । ଟିମ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୧୮୬ ରନ କରିବା ପରେ ଇନିଂସ ଘୋଷଣା କରିଥିଲା । ଇଂଲଣ୍ଡ ୪୭୯ ରନର ଟାର୍ଗେଟକୁ ପିଛା କରି ୧୩୧ ରନରେ ଅଲଆଉଟ ହୋଇ ଯାଇଥିଲା । ଦୀପ୍ତି ଶର୍ମା ୪ଟି ଓ ପୂଜା ବସ୍ତ୍ରାକାର ୩ଟି ୱିକେଟ ଅକ୍ତିଆର କରିଥିଲେ । 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.