କୋଶଳ ସାହିତ୍ୟ ଏକାଡେମୀର ବଛରକିଆ ତିହାର

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ତରଭାର ଅଗ୍ରଣୀ ସାରସ୍ବତ ଅନୁଷ୍ଠାନ କୋଶଳ ସାହିତ୍ୟ ଏକାଡେମୀର ବଛରକିଆ ତିହାର-୨୦୨୩ କୁମ୍ଭାରମୁଣ୍ଡା ନର୍ସରୀଠାରେ ଅନୁଷ୍ଠିତ ହୋଇଯାଇଛି। କବି ଲୋକନାଥ ଦଳବେହେରାଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ଦିଲ୍ଲୀପ କର୍ଣ୍ଣ, ସମ୍ମାନିତ ଅତିଥି ଭାବେ କବି ସନ୍ତୋଷ କୁମାର ଦାଶ ଓ ବନମାଳୀ ପାଣ୍ଡେ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ମାଁ ସରସ୍ଵତୀଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା। ପ୍ରଥମ ଅଧିବେଶନରେ କୋଶଳୀ ଭାଷା ସାହିତ୍ୟର ଭବିଷ୍ୟତ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଦ୍ଵିତୀୟ ଅଧିବେଶନରେ ଅନୁଷ୍ଠିତ କୋଶଳୀ କବିତା ଆସରରେ ଲୋକକବି ଗରିବ ମଲ୍ଲିକ, ବ୍ୟଙ୍ଗକବି ସ୍ବପ୍ନେଶ୍ବର ମିଶ୍ର, କବି ବନମାଳୀ ପାଣ୍ଡେ, ପ୍ରଭାତ ଖମାରୀ, ସୁଦାମ ପୁଟେଲ, ଶଙ୍କର୍ଷଣ ବାଘ, ଚିରଞ୍ଜିବୀ ନାଏକ, ଶୁକଦେବ ସାହୁ, ପ୍ରଦ୍ୟୁମ୍ନ ମହାନ୍ତି ପ୍ରମୁଖ କୋଡ଼ିଏରୁ ଉର୍ଦ୍ଧ୍ବ କବି ସ୍ବରଚିତ କବିତାମାନ ଆବୃତ୍ତି କରିଥିଲେ। ଯୁବକବି ସଂଜୀବ ସେଠୀ, ସ୍ବପ୍ନେଶ୍ବର ମିଶ୍ର ଓ ପ୍ରଭାତ ଖମାରୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ସାହିତ୍ୟିକ କନିଷ୍ଠ କିଶୋର ସାହୁ ସମୀକ୍ଷକ ଭାବେ କବିତାଗୁଡ଼ିକର ବିଶଦ୍ ସମୀକ୍ଷା କରିଥିଲେ। ଏଥିରେ ପିଣ୍ଟୁ ସାହୁ, ମନୀଷ ସାହୁ, ଭୋଜରାଜ ରଣା, ଗୁପ୍ତେଶ୍ୱର ରଣା, ଅଜିତ ରଣା, ରାଜେଶ ରଣା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏକାଡେମୀ ସମ୍ପାଦକ ରାଜେନ୍ଦ୍ର କୁମାର ଝାଙ୍କର ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ ଏକାଡେମୀ ସଭାପତି ଦେବେନ୍ଦ୍ର କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.