ଜେକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସାମାଜିକ ସଚେତନତା ରାଲି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗପକ୍ଷରୁ ପ୍ରକାଶିତ ମାର୍ଗ ଦର୍ଶିକା ଅନୁଯାୟୀ କ୍ରୀଡ଼ା, ସଂସ୍କୃତି ଓ ସାମାଜିକ କାର୍ଯ୍ୟ କ୍ଷେତ୍ରରେ ଯୁବ ବର୍ଗଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କୁ ରାଜ୍ୟର ବିକାଶରେ ଯୋଗ୍ୟ ଅଂଶୀଦାର କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହିକ୍ରମରେ କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷ ହେମନ୍ତ କୁମାର ଚୌଧୁରୀଙ୍କ ମାର୍ଗଦର୍ଶନ ଓ ନୋଡାଲ ଅଫିସର ଅଧ୍ୟାପକ ଗିରିରାଜ ଗହୀରଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ଏକ ସଚେତନତା ରାଲି ମାଧ୍ୟମରେ ରିଷିଡା ଗ୍ରାମ ପରିକ୍ରମା କରି ଜନସାଧାରଣଙ୍କୁ ସଡ଼କ ସୁରକ୍ଷା, ନାରୀ ଶିକ୍ଷା, ପ୍ଲାଷ୍ଟିକ ବର୍ଜନ, ମଦ ମୁକ୍ତ, ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବା ପାଇଁ ସଚେତନ କରିଥିଲେ। ଏହି ଅବସରରେ ରିଷିଡ଼ା ସ୍ଥିତ ସରକାରୀ ଡାକ୍ତରଖାନା ପରିସର ସଫେଇ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ନିଲାମ୍ବର ପାତ୍ର, ପିଇଟି ଲଳିତ କୁମାର ଦାସ, ଚିନ୍ମୟ ରଣା, ଯୋଗେନ୍ଦ୍ର ବେହେରା, ପାଣ୍ଡବ ହରିଜନ, କଳ୍ପନା ରଣା ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.