କଲମପୁରରେ ବ୍ଲକ ସ୍ତରୀୟ ନୁଆ-ଓ ଯୁବ ଓଡ଼ିଶା ନବୀନ ଓଡିଶା କ୍ରିଡ଼ା ଉତ୍ସବ ଉଦଘାଟିତ 

କଲମପୁର/ ଓଡ଼ିଆ ବାର୍ତ୍ତା (ଶରତ ଚନ୍ଦ୍ର ସୁନାନି) ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବିଭାଗ ପକ୍ଷରୁ କ୍ରୀଡ଼ା କାର୍ଯ୍ୟକ୍ଷେତ୍ରରେ ଯୁବବର୍ଗଙ୍କ ଅଂଶ ଗ୍ରହଣକୁ ପ୍ରୋତ୍ସାହିତ କରିବା ସହ ଗ୍ରାମାଞ୍ଚଳ ରେ ଲୁକାୟୀତ ପ୍ରତିଭା ମାନଙ୍କୁ ତାଙ୍କର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ତରଫରୁ କଲମପୁର ମିନି ଷ୍ଟାଡିୟମରେ ମଙ୍ଗଳବାର ଦିନ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ର କ୍ରିଡ଼ା ଉତ୍ସବ ଉଦଘାଟିତ ହେଇଯାଇଛି। ପ୍ରଥମେ ସମିତି ଉପାଧକ୍ଷ ଚିନ୍ତାମଣି ବେହେରା ପତାକା ଉତ୍ତଲୋନ କରିବା ସହ ଫିତା କାଟି କ୍ରିଡ଼ା ଉତ୍ସବ ଶୁଭାରମ୍ବ କରିଥିଲେ। ଏହି ଉତ୍ସବରେ ଫୁଟବଲ, କ୍ରିକେଟ, କବାଡି, ଖୋକୋ, ଭଲିବଲ ଇତ୍ୟାଦି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହେବ। କଲମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଡ଼ାଙ୍ଗିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ, ପଣ୍ଡିଗାଁ ସରପଞ୍ଚ କବିତା ଜେନ, କଲମପୁର ସରପଞ୍ଚ ସୂର୍ଯ୍ୟକନ୍ତୀ ପଣ୍ଡା, ଉପାଧକ୍ଷ ଚିନ୍ତାମଣି ବେହେରା ପ୍ରମୁଖ ମଞ୍ଚାସିନ ରହିଥିଲେ। ଉକ୍ତ ଉତ୍ସବରେ ଅଞ୍ଚଳର ଅନେକ ଖେଳାଳି, କ୍ରୀଡ଼ାପ୍ରେମୀ ଓ ଜନ ସାଧାରଣ ଉପସ୍ଥିତ ଥିଲେ। ଉତ୍ସବ ପରିଚାଳନାରେ ଜି.ପି.ଇ.ଓ ଜିତେନ୍ଦ୍ର କୁମାର ଓ ସାମାଜିକ ସୁରକ୍ଷା ଅଧିକାରୀଣି ଖିତିଶୁତା ମେହେରଙ୍କ ସହ ବ୍ଲକ ସ୍ତରୀୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.