ଚଇତି କ୍ରୀଡା ମହୋତ୍ସବରେ ଦିବ୍ୟାଙ୍ଗମାନଙ୍କ ତିନି ଚକିଆ ସାଇକେଲ ଚାଳନା ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆସନ୍ତା ଡିସେମ୍ବର ୨୬ତାରିଖରୁ ରାୟଗଡା ଜିଲ୍ଲା ଲୋକ ମହୋତ୍ସବ “ଚଇତି ଓ ପଲ୍ଲିଶ୍ରୀ ମେଳା -୨୦୨୩”ଆରମ୍ଭ ହେବାକୁ ଯାଉଥିବା ବେଳେ ଚଇତି କ୍ରୀଡା ମହୋତ୍ସବର ତୃତୀୟ ଦିନରେ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ତିନି ଚକିଆ ସାଇକେଲ ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପାତ୍ରଙ୍କ ତତ୍ୱାବଧାନରେ ସ୍ଥାନୀୟ ବସଷ୍ଟାଣ୍ଡ ଛକରେ ଅନୁଷ୍ଠିତ ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିବା ସହ ଦିବ୍ୟାଙ୍ଗ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରତିଯୋଗୀତାରେ ୧୨ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବସଷ୍ଟାଣ୍ଡ ଛକ ଠାରୁ ଟ୍ରକ ମାଲିକ ସଙ୍ଘ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୨୦୦ମିଟର ଦୂରତା ମଧ୍ୟରେ ପ୍ରତିଯୋଗୀମାନେ ନିଜ ନିଜ ତିନି ଚକିଆ ସାଇକେଲ ଚାଳନା କରିଥିଲେ। ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୧୦୦୦ଟଙ୍କା, ଦ୍ଵିତୀୟଙ୍କୁ ୭୦୦ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୫୦୦ଟଙ୍କା ପୁରସ୍କାର ରାଶି ଓ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ପ୍ରତିଯୋଗୀ ମାନଙ୍କୁ ୫୦୦ଟଙ୍କା ଲେଖାଏଁ ଶାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଚଇତି କ୍ରୀଡା ମହୋତ୍ସବରେ ସମସ୍ତ ବର୍ଗଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ସେମାନଙ୍କୁ ଉତ୍ସାହିତ କରିବା ସହ ଚଇତିରେ ସାମିଲ କରାଯାଉଥିବାରୁ ଦିବ୍ୟାଙ୍ଗ ମାନେ ନିଜ ଖୁସି ଜାହିର କରିଛନ୍ତି। ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ପୋଲିସ ରିଜର୍ଭ ଇନ୍ସପେକ୍ଟର କୈବର୍ତ୍ତ ଦେହୁରୀ ଓ ଜିଲ୍ଲା କ୍ରୀଡା ଅଧିକାରି ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ରାୟଗଡା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ, ରାୟଗଡା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ସଭାପତି ଶିଶିର ରାଉଳ, ସମ୍ପାଦକ ଅମରେନ୍ଦ୍ର ନାଥ, ଓଡିଶା ବିକଳାଙ୍ଗ ମଞ୍ଚ ରାୟଗଡା ଜିଲ୍ଲା ଶାଖା ସମ୍ପାଦକ ଜଳନ୍ଧର ବାଚେଲିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.