ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନୂଆପଡାର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶ୍ୱିନୀ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ନୂଆପଡା ବିଡ଼ିଓ ବିପିନ ବିହାରୀ ଦୀପ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, ନୂଆପଡା ଏନ.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଚନ୍ଦନ କୁମାର ଶତପଥୀ, ବିଶିଷ୍ଠ ଶିକ୍ଷାବିତ ତଥା ବିଦ୍ୟାଳୟ ପରିଚାଳନା କମିଟି କ୍ଷମାନିଧି ଦେୱାଙ୍ଗନ ପ୍ରମୁଖ ସମ୍ମିଳନୀ ଅତିଥି ଭାବେ ମଂଚାସୀନ ଥିଲେ। ଏହି ଅବସରରେ ପ୍ରଧାନ ଶିକ୍ଷକ ଶ୍ରୀ ଭୋଇ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ। ବିଦ୍ୟାଳୟରେ ବର୍ତ୍ତମାନ ୨୫୧ ଜଣ ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସେଥିରୁ ୯୮ ଜଣ ଆଦିବାସୀ, ୩୭ ଜଣ ହରିଜନ, ୮୭ ଜଣ ପଛୁଆବର୍ଗ, ୧୦ ଜଣ ଅଳ୍ପ ସଂଖ୍ୟକ ଓ ୫ ଜଣ ଭିନ୍ନକ୍ଷମ ଛାତ୍ରୀ ଅଧ୍ୟୟନ କରୁଛନ୍ତି। ପ୍ରଧାନ ଶିକ୍ଷକ ଶ୍ରୀ ଭୋଇଙ୍କ ସମେତ ୧୯ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ କାର୍ଯ୍ୟରତ ଅଛନ୍ତି। ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଠ ଛାତ୍ରୀ ନିବାସ ମଧ୍ୟ ରହିଛି ଯେଉଁଥିରେ ୯୮ ଜଣ ଛାତ୍ରୀ ରହି ଉଚ୍ଚ ଶିକ୍ଷା ଅଧ୍ୟୟନ କରୁଛନ୍ତି। ଚଳିତ ବର୍ଷ ନଭେମ୍ବର ୧୮ ଓ ୧୯ ତାରିଖରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବିଭାଗରେ କୃତି ଛାତ୍ରୀ ମାନଙ୍କୁ ଆଜି ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର ନିରନ୍ତର ପ୍ରୟାଶରେ ବିଗତ ୩ ବର୍ଷ ହେବ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ସହ ବେଷ୍ଟ ସ୍କୁଲ ପୁରସ୍କାର ପାଇ ଆସୁଛି। ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଳା ଶିକ୍ଷକ ସଂକର୍ଷଣ ପୁରୋହିତ ମଞ୍ଚ ପରିଚାଳନା କରିଥିଲେ।  ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ ଚୁଳାଭଟ ପ୍ରବୋଧ ହୋତା, ପ୍ରଧାନ ଶିକ୍ଷକ କଣାଭଏଁରା ଉଚ୍ଚ ବିଦ୍ୟାଳୟ ଟାନୱାଟ ବିନୋଦ ପାଢ଼ୀ, ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷୟତ୍ରୀ ବିନୋଦିନୀ ମିଶ୍ରା, ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଝିଲମିଲା ମମତାଞ୍ଜଳୀ ହୋତା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବାଳିକା ଉଚ୍ଚ ବିଦ୍ୟାଳୟ ନୂଆପଡା ସୋହନ ଲାଲ ଚନ୍ଦ୍ରକାର ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ବିଦ୍ୟାଳୟର ଚିତେଶ୍ୱରୀ ସାହୁ, ପ୍ରଜ୍ଞା ପରିମିତା ବିଶ୍ୱାଳ, ମଧୁସୂଦନ ସାହୁ, ଦେବକେତୁ ସାହୁ, ମନୋଜ କୁମାର ନାୟକ, ଜିତେନ୍ଦ୍ର ସାହୁ, ଗିରିଜା ଶଙ୍କର ବେହେରା, କୃଷ୍ଣ ଶ୍ୟାମ ଶବର, ରେଖାବତୀ ସାହୁ, ସୁପ୍ରଭା ଠାକୁର, ଦେବରାଜ ବେହେରା, ପୁଷ୍ପାଞ୍ଜଳି ସାମନ୍ତରାୟ, ଟିକେଲାଲ ବାଗ ତଥା ବିଦ୍ୟାଳୟର ସମସ୍ତ ଷ୍ଟାଫ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.