ଆଇଜିଏମ୍ ଡିଗ୍ରୀ କଲେଜର ନୂଆ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

● ଶରୀର, ଚେତନା ଓ ବିବେକର ବିକାଶ ହିଁ ପ୍ରକୃତ ଶିକ୍ଷା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): “କେବଳ ଶ୍ରେଣୀବୃନ୍ଦର ଅଧ୍ୟୟନ ସଫଳ ସାମଗ୍ରୀକ ଶିକ୍ଷା ନୁହଁ; ମନ, ଶରୀର ଓ ଚେତନାର ସମନ୍ବିତ ବିକାଶ ହିଁ ସର୍ବାଙ୍ଗୀନ ଶିକ୍ଷା ଏବଂ ତାହା ହିଁ ମାନବ ସମ୍ବଳର ବିକାଶ ଓ ସମୃଦ୍ଧ ଦେଶ ଗଠନର ମୂଳମନ୍ତ୍ର ବୋଲି ଆଇ.ଜି.ଏମ୍. ଡିଗ୍ରୀ କଲେଜର ‘ନୂଆ ଓଡ଼ିଶା’ର ‘ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇ ବିଶିଷ୍ଟ ଅତିଥି ଓ ବକ୍ତାମାନେ ମତ ବ୍ୟକ୍ତ କରିଛନ୍ତି

Omkar Vasthu
Omkar Vasthu

ପୂର୍ବାହ୍ନରେ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ସୁନନ୍ଦ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଧାମନଗର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ବେହେରା ଯୋଗ ଦେଇ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ସଫଳତା ସଂପର୍କରେ ଆଲୋକପାତ କରିଥିବା ବେଳେ କବି ପ୍ରାବନ୍ଧିକ ତଥା ଅନୁବାଦକ ପ୍ରାଧ୍ୟାପକ ରବୀନ୍ଦ୍ର କୁମାର ବେହୁରିଆ, ଆଇ.ଜି.ଏମ୍. ଡିଗ୍ରୀ କଲେଜର ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରାଧ୍ୟାପକ ବିଭୂତି ଭୂଷଣ ବାରିକ୍ ସମ୍ମାନିତ ଅତିଥୁ ଭାବରେ ଯୋଗ ଦେଇ ସରକାରଙ୍କର ଏହି ଯୁବ ବିକାଶ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହିତ ସରକାରଙ୍କୁ ସାଧୁବାଦ ଜଣାଇଥିଲେ।

Pearl dental clinic
Near Ashish Medical Store, Bhawanipatna

ଉତ୍ସବର ପ୍ରାରମ୍ଭରେ ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ସ୍ଵର୍ଗତ ଦେବେନ୍ଦ୍ରନାଥ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ଅଧ୍ୟାପକ ଉମାକାନ୍ତ ରାଉତ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଶରତ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ମାନପତ୍ର, ପ୍ରଶଂସା ପତ୍ର ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଅଧ୍ୟାପକ ମନୋଜ କୁମାର ପଣ୍ଡା, ଅଧ୍ୟାପକ ନୀଳାଦ୍ରୀଭୂଷଣ ପ୍ରଧାନ, ଅଧ୍ୟାପିକା ବିଶ୍ବଜିତା ନାୟକ ଓ ଦୀପ୍ତି ରଂଜନ ମହାନ୍ତି ପରିଚାଳନା କରିଥିଲେ । ଦ୍ୱିତୀୟ ଅଧିବେଶନରେ ଶ୍ରୀ ଉମାକାନ୍ତ ବାରିକଙ୍କ ନିର୍ଦ୍ଦେଶନା ଓ ସଂଚାଳନାରେ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ସର୍ବଶ୍ରୀ ବିନାୟକ ମହାନ୍ତି, ସନ୍ତୋଷ କୁମାର ମହାନ୍ତି, ଦୀପ୍ତିରଂଜନ ମହାନ୍ତି, ତୁଷାର କୁମାର ମହାନ୍ତି, ସତ୍ୟାନନ୍ଦ ମଲ୍ଲିକ, ମାୟାଧର ସାହୁ, ନିରଂଜନ ସାହୁ, ବଟକୃଷ୍ଣ ଯେନା, ନିରାକାର ଯେନା ଓ କିଶୋର ଚନ୍ଦ୍ର ଯେନା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଚାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆକାଶ ଭାରତୀ, ଗଣେଶ ସାହୁ, ଜ୍ୟୋତ୍ସ୍ନାରାଣୀ ପତି, ଚିତ୍ତରଂଜନ ନାୟକ ପ୍ରଭୃତି ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.