ସରିଆଁରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସରିଆଁ ଗ୍ରାମରେ ମାଁ ମହାଲକ୍ଷ୍ମୀ ପୂଜା ଅବସରରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରରେ କଳା ସଂସ୍କୃତି ପରିଷଦ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ ଏବଂ ଲେଖକ କଳା ପରିଷଦ ଭବାନୀାଟଣା ତରଫରୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜୁହାର ପରିବାର ୟୁକେ ର ସଦସ୍ୟ ମୋହିତ ମିଶ୍ର ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ। ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ର ବରିଷ୍ଠ କଳାକାର ଜଗୁଲାଲ ଭୋଇ , ନିର୍ମଳ ଚନ୍ଦ୍ର ଭୋଇ , କୈଳାଶ ଚନ୍ଦ୍ର ଭୋଇ ଏବଂ ଅନ୍ୟାନ୍ୟ କଳାକାର ପ୍ରମୁଖ କାର୍ଯ୍ୟକ୍ରମ ରେ କଳା ପ୍ରଦର୍ଶନ କରିଥିଲେ। ଭବାନୀପାଟଣା ଲେଖକ କଳା ପରିଷଦର କଳାକାର ଚିତ୍ତରଞ୍ଜନ ପଣ୍ଡା ,ନରେନ୍ଦ୍ର ପଣ୍ଡା, ରୁବୀ ମହାନ୍ତି ଓ ଅନୁଷ୍ଠାନ ର ଅନ୍ୟାନ୍ୟ କଳାକାର ମଞ୍ଚରେ କଳା ପ୍ରଦର୍ଶନ କରି ଦର୍ଶକଙ୍କ ମନକୁ ଆକର୍ଷଣ କରିଥିଲେ । କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଦସ୍ୟ ମିହିର କୁମାର ଭୋଇ ମଞ୍ଚ ପରିଚାଳନା କରିଥିଲେ । ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଦୁର୍ବାଦଳ ଭୋଇ, ସମ୍ପାଦକ ମିଲନ କୁମାର ଭୋଇ , ଏବଂ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.