ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ହାଇସ୍କୁଲ ଠାରେ ୪୦ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଛି। ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ଅନୁଷ୍ଠିତ ଏହି କ୍ରୀଡା ଉତ୍ସବର ବିଭିନ୍ନ ବିଭାଗର ପ୍ରତିଯୋଗିତାରେ ବିଦ୍ଯାଳୟର ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏ ଅବସରରେ ପ୍ରଧାନ ଶିକ୍ଷକ ଭୁବନେଶ୍ୱର ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ତା ଓ ସମ୍ମାନିତ ଅତିଥି ଭାବରେ ପ୍ରାକ୍ତନ କ୍ରୀଡ଼ା ଶିକ୍ଷକ ଭରତ ଚଂଦ୍ର କାଣ୍ତ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଅନ୍ଯମାନଙ୍କ ମଧ୍ଯରେ ଭାରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ରୂପେଶ ଚଂଦ୍ର ମେହେର ଓ ସ୍କାଉଟ ମାଷ୍ଚର ଚଂଦ୍ରମଣୀ ମେହେର ମଂଚାସିନ ଥିଲେ। ସଭାକାର୍ଯ୍ଯକୁ ବରିଷ୍ଠ ଶିକ୍ଷୟିତ୍ରୀ ହିମାଦ୍ରୀ ମେହେର ପରିଚାଳନା କରିଥିଲେ। କ୍ରୀଡ଼ା ପ୍ରତିଯୋଗିତାର ବାଳକ ବର୍ଗରେ ପିୟୁସ ମେହେର ଓ ବାଳିକା ବର୍ଗରେ ପଙ୍କଜିନୀ ଭୋଇ ଶ୍ରେଷ୍ଠ ଖେଲାଳି ବିବେଚିତ ହୋଇଥିଲେ। କୃତୀ ପ୍ରତିଯୋଗୀଙ୍କୁ ମେଡ଼ାଲ ଦେଇ ପୁରସ୍କୃତ କରାଯାଇଥିଲା। କାର୍ଯ୍ଯକ୍ରମ ଆୟୋଜନରେ କମଳ ପ୍ରସାଦ ମିଶ୍ର, ଅନିଲ କୁମାର ମେହେର, ନିପେଂଦ୍ର ବାଗ, ମନୋଜ ମାଝୀ ସହଯୋଗ କରିଥିଲେ।