ନୂଆପଡ଼ାରେ ଥମୁନି ବାଘ ଆତଙ୍କ

ତୋର୍ରା ଗାଁରେ ବାଛୁରୀକୁ ଶୀକାର କଲା

ସୋରିଘଟକରି ଜଙ୍ଗଳରେ ଛକି ବସିଛି ବାଘ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡ଼ା ଜିଲ୍ଲାରେ ବାଘ ଆତଙ୍କ ଥମିବାର ନାଁ ନେଉନି। ଆଜି ନୂଆପଡ଼ା ରେଞ୍ଜ ମୋଟା ନୁଆପଡ଼ା ତୋର୍ରା ଗାଁରେ କଳରାପତରିଆ ବାଘ ଏକ ବାଛୁରୀକୁ ଶୀକାର କରିଛି। ଗତ କାଲି ତୋର୍ରା ଗାଁର ଇଦୁରାମ ଉଜିରଙ୍କ ବାଛୁରୀ ନିକଟ ଜଙ୍ଗଳକୁ ଚାରିବାକୁ ଯାଇଥିଲା। ସନ୍ଧ୍ୟାରେ ବାଛୁରୀ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ପୂର୍ବାହ୍ନରେ ଗାଁ ନିକଟ ଚାଷଜମିରେ ବାଛୁରୀର ମୃତଦଦେହ ପଢିଥିଲା। ବାଛୁରୀକୁ ଶୀକାର କରି ଅଧା ଶରୀରକୁ ଖାଇ ଯାଇଥିଲା। ଘଟଣାର ପାରିପାର୍ଶ୍ବକ ସ୍ଥିତିରୁ ବାଛୁରୀକୁ କଲରାପତରିଆ ବାଘ ଶୀକାର କରିଥିବା ଲୋକେ ଅନୁମାନ କରିଥିଲେ। ମଧ୍ୟାହ୍ନରେ ନୂଆପଡ଼ା ବନ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ବାଛୁରୀର ମୃତଦେହକୁ ଜବତ କରିବାସହ ଚାଷଜମିରେ ବାଘର ପାଦଚିତ୍ର ଠାବ କରିଛନ୍ତି। ବାଛୁରୀର ମୃତଦେହକୁ ବନ କର୍ମଚାରୀ ମାଟିରେ ପୋତି ଦେଇଛନ୍ତି। ସନ୍ଧ୍ୟାରେ ଗାଁ ନିକଟ ସୋରିଘଟକରୀ ଜଙ୍ଗଳରେ ଶୀକାର ପାଇଁ ବାଘ ଛକି ବସିଥିବା ଲୋକେ ଦେଖିବାକୁ ପାଇଛନ୍ତି। ଏବେ ତୋର୍ରା ଓ ଆଖପାଖ ଗାଁ ଲୋକେ ବାଘ ଭୟରେ ଆତଙ୍ଗିତ ହୋଇ ପଡିଛନ୍ତି। ସନ୍ଧ୍ୟା ପୂର୍ବରୁ ଲୋକେ ତାଟିକବାଟ ବନ୍ଦ ଜରି ରାତ୍ରି ଜାପନ କରୁଛନ୍ତି। ଏଭଳି ବର୍ଷେ ହେବ ଜିଲ୍ଲାରେ ବାଘ ଆତଙ୍କ ଲାଗି ରହିଥିବାବେଳେ ସୁନାବେଡା ଅଭୟାରଣ୍ୟ ଓ ଆଖପାଖ ଗାଁ ଲୋକେ ଭୟଭୀତ ହୋଇ ଜୀବନ ଅତିବାହିତ କରୁଛନ୍ତି। ସନ୍ଧ୍ୟାରେ ବନ ବିଭାଗ କର୍ମଚାରୀ ଗାଁରେ ପହଂଚି ପେଟ୍ରୋଲିଂ କରିବା ସହ ବାଘ ଆକ୍ରମଣରୁ ସତର୍କ ଓ ସୁରକ୍ଷିତ ରହିବା ପାଇଁ ସଚେତନ କରୁଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.