ପୋଖରୀବନ୍ଧ ଧନୁଯାତ୍ରା ମହୋତ୍ସବ: ମଥୁରା କାରାଗାରରେ ଜନ୍ମ ନେଲେ ଶ୍ରୀକୃଷ୍ଣ, ମହାରାଜା କଂସଙ୍କ ପୁତନା ସହ ଷଡ଼ଯନ୍ତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଳକ ପୋଖରୀବନ୍ଦ ଧନୁଯାତ୍ରାର ତୃତୀୟ ଦିନରେ ପଦାର୍ପଣ କରିଛି। ନିଜ ପିତା ଉଗ୍ରସେନଙ୍କୁ ରାଜସିଂହାସନରୁ ବେଦଖଲ କରି ଯୁବରାଜ କଂସ ମଥୁରା ସିଂହାସନ ଆରୋହଣ କରି ଆରମ୍ଭ କରି ଦେଇଛନ୍ତି ତାଙ୍କର ଅନ୍ୟାୟ, ଅତ୍ୟାଚାର। ଆଉ ସେଥିରୁ ମୁକୁଳି ପାରିନାହାନ୍ତି କଂସଙ୍କ ପରିବାର ବର୍ଗ ତଥା ସମଗ୍ର ମଥୁରାପୁରବାସୀ। ରାଜ୍ୟାଭିଷେକ ପରେ ଦେବକୀଙ୍କ ଅଷ୍ଟମ ଗର୍ଭ କଂସଙ୍କ ମୃତ୍ୟୁର କାରଣ ହେବ ବୋଲି ଜାଣି ଭୟରେ ମହାରାଜା କଂସ ମଥୁରା ନଗରୀର ପ୍ରଜା ତଥା କାରାଗାରରେ ଥିବା ଭଉଣୀ ଦେବକୀ ଓ ଭିଣୋଇ ବସୁଦେବଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଥିଲେ। ଦ୍ୱାରପାଳଙ୍କଠାରୁ ଖବର ପାଇ ଦେବକୀଙ୍କ ଗୋଟିଏ ପରେ ଗୋଟିଏ ୬ଟି ସନ୍ତାନକୁ ନିର୍ମମ ଭାବେ ଶିଳାରେ କଚାଡ଼ି ହତ୍ୟା କରି ମହାରାଜା କଂସ ନିଜର ଅସୁରତ୍ୱକୁ ପ୍ରମାଣିତ କରିଛନ୍ତି।ଜଗତପାଳ ବିଷ୍ଣୁ ଯୋଗ ବଳରେ ଦେବକୀଙ୍କର ସପ୍ତମ ଗର୍ଭକୁ ହରଣ କରି ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିଥିଲେ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରବଳ ବର୍ଷା ମଧ୍ୟରେ ରାତ୍ରୀର ଦ୍ୱିତୀୟ ପ୍ରହରରେ ମଥୁରା କାରାଗାର ମଧ୍ୟରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମଲାଭ ନେଇଛନ୍ତି ଶ୍ରୀକୃଷ୍ଣ ଅବତାରରେ ଭଗବାନ ବିଷ୍ଣ। କଂସ ଦ୍ୱାରା ନିଜ ସନ୍ତାନଙ୍କ ହତ୍ୟା ଆଶଙ୍କା କରି ଦେବକୀ ବସୁଦେବ ନାରାୟଣଙ୍କୁ ସ୍ମରଣ କଲିବା ପରେ ଜଗତକର୍ତ୍ତାଙ୍କ ମାୟାବଳରେ କାରାଗାରର ଦ୍ୱାର ଖୋଲିଯାଇଛି। ଶ୍ରୀକୃଷ୍ଣକୁ ନେଇ ବସୁଦେବ ଗୋପପୁର ଯାତ୍ରା କରିବା ସମୟରେ ନଗର ସୀମାନ୍ତରେ ସୀମାନ୍ତରକ୍ଷୀ ଉଗ୍ରସେନଙ୍କ ସହିତ ସାକ୍ଷାତ କରି ଉଛୁଳା ଯମୁନା ନଦୀ ପାର ହୋଇ ଗୋପପୁରରେ ପହଞ୍ଚିଛନ୍ତି ବସୁଦେବ। ନନ୍ଦ ରାଜାଙ୍କ ବାସଭବନରେ ପହଞ୍ଚି ନିଦ୍ରିତ ଯଶୋଦାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ରଖି ବିଜୁଳି କନ୍ୟାଙ୍କୁ ନେଇ ମଥୁରା କାରାଗାରକୁ ଫେରିଛନ୍ତି ବସୁଦେବ। ତେବେ ଆଜିର ଦ୍ବିତୀୟ ସନ୍ଧ୍ୟାରେ ରାଜ ଅତିଥିର ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ନିର୍ବାଚନ ଏବଂ ଜମି ଅଧିଗ୍ରହଣ ଅଧିକାରୀ ରମେଶଚନ୍ଦ୍ର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୋଖରୀବନ୍ଦ ଗାଁ ଗୌଟିଆ ଭାଗିରଥି ବାଣୁଆ ଯୋଗ ଦେଇଥିଲେ। ସେହିପରି ତୃତୀୟ ଦିନରେ କଂସ ଦରବାରରେ ନାରଦଙ୍କ ଅନୁମତି କ୍ରମେ ପୁତନା ସହିତ ମହାରାଜା କଂସ ଷଡ଼ଯନ୍ତ୍ର କରିଛନ୍ତି। ତୃତୀୟ ଦିନରେ ରାଜ ମୁଖ୍ୟ ଅତିଥି ଭାବେ ଜୋନ୍ ୨- ଜିଲ୍ଲାପରିଷଦ ସଦସ୍ୟା ପରୀକ୍ଷିତ ନାଏକ, ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ଼ ପ୍ରେସ କ୍ଲବ ସଭାପତି କୈଳାସ ସାହୁ, ବିଶ୍ଵନାଥପୁର ପୂର୍ବତନ ସରପଞ୍ଚ ଅନନ୍ତ ପ୍ରଧାନୀ ପ୍ରମୁଖ ଯୋଗଦେଇ ଥିବାବେଳେ ଧନୁଯାତ୍ରା ଆୟୋଜନ କମିଟିର ସଭାପତି ରମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଧନୁଯାତ୍ରା କଂସ ଦରବାରରେ ସାଧାରଣ ସମ୍ପାଦକ ଭବାନି ଶଙ୍କର ବାଣୁଆ, କାର୍ଯ୍ୟକାରୀ ସଭାପତି ସନାତନ ବିଶି, ଉପ ସଭାପତି କର୍ଣ୍ଣ ମାଝୀ, ସମ୍ପାଦକ ବିକ୍ରମାଦିତ୍ୟ ବାରିକ, ଯୁଗ୍ମ ସମ୍ପାଦକ ଭଗବାନ ରାଉତ କୋଷାଧ୍ୟକ୍ଷ ଜୟୀମୁନି ବେହେରା, ପବିତ୍ର ବିଭାର, ଶଙ୍କର ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.