ମେଦିନୀପୁର ବିଦ୍ୟାଳୟର ଦ୍ଵିତୀୟ ବାର୍ଷିକ କ୍ରୀଡା ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମେଦିନୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଦ୍ଵିତୀୟ ବାର୍ଷିକ କ୍ରୀଡା ମହୋତ୍ସବ ବିଦ୍ୟାଳୟର ଖେଳ ପଡିଆରେ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଅଛି। ଉଦଘାଟନୀ ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ମୂଖ୍ୟ ଅତିଥି, ମୁଖ୍ୟବକ୍ତା ଭାବରେ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ହୃଷୀକେଶ ନାଏକ, ଜଗଦୀଶ ପ୍ରସାଦ ମୁଣ୍ଡ, ଆଶିଷ ପଣ୍ଡା ବିଦ୍ୟାଳୟ ପରିଚାଳନା କମିଟି ଉପାଧ୍ୟକ୍ଷ, କ୍ରୀଡାବିତ୍ ପ୍ରବୀଣ କୁମାର ମହାନ୍ତି, ସୂର୍ଯ୍ୟ ନାରାୟଣ ଦାସ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତୁଳସୀ ରାମ ସାହୁ, ଶିକ୍ଷକ ନେତା ଧନଞ୍ଜୟ ସାହୁ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀଙ୍କ ଠାରୁ ମଶାଲ ଗ୍ରହଣ, କ୍ରୀଡା ଧ୍ଵଜା ଉତ୍ତୋଳନ ପୂର୍ବକ ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ। ଛାତ୍ର ଛାତ୍ରୀଙ୍କ ପ୍ୟାରେଡ, ଅଭିବାଦନ ଗ୍ରହଣ ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ପିରାମିଡ୍, ମାର୍ଚ୍ଚ ଡ୍ରିଲ୍ ପ୍ରଦର୍ଶନ ପରେ ମୁଖ୍ୟଅତିଥି ଶ୍ରୀ ବେହେରା କ୍ଲାପର ମାରି ଖେଳ କୁଦ ଆରମ୍ଭ କରିଥିଲେ। ପ୍ରଥମ ଦିବସରେ ଦୌଡ, ବେଲୁନ ଫୁଟା, ବଲ ଫିଙ୍ଗା ଇତ୍ୟାଦି ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ବିତୀୟ ଦିବସର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଟେମ୍ ଲାଲ୍ ଦୁବେ, ମୂଖ୍ୟ ବକ୍ତା ଦେବେନ୍ଦ୍ର କୁମାର ବିଶି ଜିଲ୍ଲା ପ୍ରତିନିଧି ସମ୍ବାଦ, ସମ୍ମାନିତ ଅତିଥି ରାଜେନ୍ଦ୍ର କୁମାର ସିଂହଦେଓ ଓଟିଭି ଜିଲ୍ଲା ପ୍ରତିନିଧି, ସନ୍ତୋଷ କୁମାର ଦାଶ ସମିତି ସଭ୍ୟ, ଦେବରାଜ ସାହୁ ୱାର୍ଡ ମେମ୍ବର, ବରିଷ୍ଠ ଶିକ୍ଷକ ଜଗନ୍ନାଥ ତ୍ରିପାଠୀ, ଶିକ୍ଷକ ନେତା ଭୃକୁଟି ଗଉଡ, ଦୁର୍ଯ୍ୟୋଧନ ମାଝୀ, ବରିଷ୍ଠ ଶିକ୍ଷୟିତ୍ରୀ ରୀନା ମହାପାତ୍ର, ସୁନୀତି ମୁଣ୍ଡ, ଗୌରୀ ଶୁକ୍ଳା, ଜ୍ୟୋସ୍ନାମୟୀ ଦୋରା, ସଭ୍ୟା ମଞ୍ଜରୀ ପଟ୍ଟନାୟକ, ଶିକ୍ଷକ ଅନିଲ ଶମା, ସୂର୍ଯ୍ୟ ନାରାୟଣ ଦାସ, ଆଞ୍ଚଳିକ ସାଧନ ସଞୋଜକ ତୁଳସୀ ରାମ ସାହୁ, ଧନଞ୍ଜୟ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଉକ୍ତ ଦୁଇ ଦିନିଆ ଏହି ମହୋତ୍ସବ ସମଗ୍ର ମେଦିନୀପୁର ଗ୍ରାମକୁ ଉତ୍ସବ ମୁଖରିତ କରିଥିଲା। ଉକ୍ତ ଦୁଇ ଦିନିଆ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତୀ ପରିଚାଳନା କରିଥିବା ବେଳେ, ଶିକ୍ଷୟିତ୍ରୀ ପ୍ରତିଭା ଦାଶ, କଲ୍ୟାଣୀ ଦାସ, ନିଶାମଣି ଦେଇ, ଗୀତା ଞ୍ଜଳୀ ସିଂ ଦେଓ, ଯମୁନା ଛତ୍ରୀୟା ଓ ସଂଞ୍ଜୁକ୍ତା ଦାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଦ୍ୟାଳୟ କ୍ୟାପଟେନ ସମୀକ୍ଷା ଦୀପ ଓ କମାଣ୍ଡର କରନ ହିଆଲ କ୍ରୀଡା ଉତ୍ସବର ନାରା ବାଜି ସହ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.