ବାଥରୁମରେ ପଡ଼ିଯାଇ ସିଏଚଓ ରୋଜାଲିନୀ ପାତ୍ରଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନି): କଳାହାଣ୍ଡି ଜିଲ୍ଲା କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟରତ ଏକ କର୍ମଚାରୀ ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ମୃତ କର୍ମଚାରୀ ହେଲେ ରୋଜାଲିନୀ ପାତ୍ର(୨୫)ସେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ତ ଇଚ୍ଛାପୁର ଗ୍ରାମର ସିଏଚଓ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଘର ପୁରୀ ଜିଲ୍ଲା ସଦରମହୁକୁମା ର ଅଟନ୍ତି।ବୁଧବାର ସକାଳେ ସିଏଚଓ ରୋଜାଲିନୀ ପାତ୍ର ବାଥରୁମରେ ଅଚେତ ଅବସ୍ଥାରେ ପଡିଥିବା ବେଳେ ତାଙ୍କ ସହକର୍ମୀ ଉଦ୍ଧାର କରି ଇଚ୍ଛାପୁର ଠାରୁ କଲମପୁର ଡାକ୍ତରଖାନାକୁ ସକାଳ ୧୦ ଘଣ୍ଟାରେ ଆଣିଥିଲେ,ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଜଣାଇ,ପରିବାର ଲୋକଙ୍କୁ ଅପେକ୍ଷା କରାଯାଇଥିଲା। ରୋଜାଲିନି ପାତ୍ର ଜଣେ କର୍ମନିପୁଣା ଓ ମେଧାବୀ ତଥା ସେ ଲୋକପ୍ରିୟ ଥିଲେ।ତାଙ୍କ ମୃତ୍ୟୁ ଖବର ପାଇ ତାଙ୍କ ସହକର୍ମୀ ତଥା କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ମୃତା ରୋଜାଲିନୀଙ୍କ କାକାପୁଅ ଭାଇ ଅପରାହ୍ନ ୪ଟାରେ ରାୟଗଡ଼ା ଟିକିରି ଠାରୁ ଆସି ପୁଲିସକୁ ଜଣାଇଥିଲେ। ଥାନା ଏଏସଆଇ ଡୋଲାମଣୀ ବିଶି ତଦନ୍ତ କରିବା ପରେ ୧୫/୨୩ ୟୁଡି କେଶ ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଜୟପାଟଣା ପ୍ରେରଣ କରିଥିଲେ।ବ୍ୟବଚ୍ଛେଦ ସରିଲା ପରେ ତାଙ୍କ ଗ୍ରାମ ପୁରୀକୁ ଶବ ପଠାଯାଇଛି ବୋଲି ସୁଚନା ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.