କଲମପୁର/ ଓଡ଼ିଆ ବାର୍ତ୍ତା (ଶରତ ଚନ୍ଦ୍ର ସୁନାନି): ବିଦ୍ୟାଳୟ ଭିତ୍ତିକ ମାନ ନିର୍ଦ୍ଧାରଣ ଶିକ୍ଷକ ପ୍ରଶିକ୍ଷଣ ତିନି ଦିନିଆ କର୍ମଶାଳା କଲମପୁର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କଲମପୁର ଠାରେ ଉଦଯାପିତ ହୋଇଯାଇଛି।ଏହି କର୍ମଶାଳା କୁ କଲମପୁର ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ହେମନ୍ତ କୁମାର ପଣ୍ଡା ଉଦଘାଟନ କରିଥିବାବେଳେ ଉଦଯାପନୀ ଉତ୍ସବରେ ଜିଲ୍ଲା ଅନ୍ତର୍ଣିବେଶି ସଂଯୋଜିକା ଲିପିକା ପ୍ରିୟ ଦର୍ଶିନି ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ ଯୋଗଦେଇ ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟା ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ସାଧନକର୍ମୀ ଭାବରେ ଶୁଭେନ୍ଦୁ କୁମାର ପଣ୍ଡା,ମନୋଜ କୁମାର ମେହେର,ନବଘନ ସାହୁ ଓ ଗୋଲେଖ ବାଗ କାର୍ଯ୍ୟ ପରିଚାଳନା କରିଥିଲେ।ସେହିପରି ମିନଗୁର ଉଛ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଶିବିର କୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଖମାରୀ ଉଦଘାଟନ କରିଥିବାବେଳେ ଉଦଯାପନୀ ଉତ୍ସବରେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ହେମନ୍ତ କୁମାର ପଣ୍ଡା ଉପସ୍ଥିତ ରହିଥିଲେ।ମନ୍ମଥ କୁମାର ମିଶ୍ର,ରୁଦ୍ର ନିଆଲ,ଶ୍ରୀରାମ ପଣ୍ଡା ଓ ସତ୍ୟାନନ୍ଦ ନାଏକ ସାଧନ କର୍ମୀ ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।