ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବ୍ରଜବିହାରର ୩୯ତମ ବାର୍ଷିକ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବ୍ରଜବିହାରର ୩୯ତମ ବାର୍ଷିକ ଉତ୍ସବ ପ୍ରଧାନଆଚାର୍ଯ୍ୟ କୁଞ୍ଜବିହାରୀ ଦାଶଙ୍କ ତତ୍ୱାବଧାନରେ ମହାସମାରୋହରେ ପାଳିତ ହୋଇଛି। ଏଥିରେ ଭାରତୀୟ ଷ୍ଟେଟ ବ୍ୟାଙ୍କ କଳାହାଣ୍ଡି ଆଞ୍ଚଳିକ ପରିଚାଳକ କେ. ବାଲାଜୀ ମୁଖ୍ୟ ଅତିଥି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବଲାଙ୍ଗୀର ସାମାଜିକ ସମରସତା ପ୍ରମୁଖ ଡମ୍ବରୁଧର କର୍ମୀ ମୁଖ୍ୟବକ୍ତା ଥିବା ବେଳେ ପରିଚାଳନା କମିଟି ସଭାପତି ଦୀନବନ୍ଧୁ ମୁଣ୍ଡ ଓ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ମଞ୍ଚାସୀନ ଥିଲେ। ଏଥିରେ ପ୍ରାରମ୍ଭରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ଶିଶୁ ଭାଇଭଉଣୀମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଏହି ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଆର୍ଥିକ ସହାୟତାରେ ଦୁଇଟି ସ୍ମାର୍ଟ କ୍ଲାସ୍ ଓ ୧୫ଟି କମ୍ପ୍ୟୁଟର ବିଶିଷ୍ଠ କୋଠରୀ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। କୃତୀ ଛାତ୍ରଛାତ୍ରୀ ତଥା ପୁରାତନ ଛାତ୍ରଛାତ୍ରୀଙ୍କୁ ମଞ୍ଚରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ଗୁରୁମା’ ବନଶ୍ରୀ ଦାଶ ଓ ସୁମତି ମୁଣ୍ଡ ସଂଯୋଜନା କରିଥିଲେ। ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶ୍ରୀ ଦାଶ ବିବରଣୀ ପଠନ କରିଥିବା ବେଳେ ପରିଚାଳନା କମିଟି ସହ-ସମ୍ପାଦକ ମୃତ୍ୟୁଞ୍ଜୟ ପତି ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀଗୁରୁମା’ ଓ ସେବକସେବିକା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.